କାପସି ପଦରଭଟା ଫୋରୱେ ରାସ୍ତା କଡରେ ବିରାଟ ଗର୍ଭ

ନୂଆପଡା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ କାପସି ପଦରଭଟା ଫୋରୱେ ରାସ୍ତା ବ୍ରିଜ୍ କଡରେ ଏକ ବିରାଟ ଗର୍ଭ ସୃଷ୍ଟି ହୋଇଛି। ଏହି ଗର୍ଭ ଯୋଗୁ ଲୋକଙ୍କ ଜୀବନ ପ୍ରତି ବିପଦ ରହିଥ‌ିବା ବେଳେ ପ୍ରଶାସନର ନଜର ପଡୁନାହିଁ। ଏହି ରାସ୍ତା ଦେଇ ପ୍ରତେକ ଦିନ ବଡବଡ ଯାନବାହାନ, ବସ ଓ ମଟରସାଇକେଲ ଯାତାୟାତ ହେଉଥିବା ବେଳେ ସ୍କୁଲ କଲେଜ ଛାତ୍ରଛାତ୍ରୀ ମଧ୍ୟ ଯାତାୟାତ କରୁଛନ୍ତି। କିନ୍ତୁ ଏହି ବିରାଟ ଗର୍ଭଯୋଗୁ କେତେବେଳେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ହେବ ନାହିଁ । ଏହି ଗର୍ଭଲୋକଙ୍କ ପାଇଁ ବର୍ତ୍ତମାନ କାଳ ସାଜିଛି। ଏ ନେଇ ବିଭାଗୀୟ ଜିଲ୍ଲା ଅଧିକାରୀ ତୁରନ୍ତ ଦୁଷ୍ଟି ଦେଇ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି।