ବେସରକାରୀ ପରିଦର୍ଶକ କମିଟିର ଭଞ୍ଜନଗର ଉପକାରାଗାର ପରିଦର୍ଶନ

ଭଞ୍ଜନଗର ୨୭/୦୨(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସ୍ଥାନୀୟ ପୁରାତନ ସ୍ୱତନ୍ତ୍ର ଉପ କାରାଗାର ପରିଦର୍ଶନ କମିଟି କୃତ୍ତିବାସ ବିଶ୍ୱାଳ, ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଜଗବନ୍ଧୁ ଜେନା, ଅନୁପମ ବାନାର୍ଜୀ ଓ ଗୀତାଞ୍ଜଳି ସୁବୁଦ୍ଧି ଯାଇ କାରାଗାର ଅନ୍ତେବାସୀଙ୍କ ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି l ଜେଲ ଅଧ୍ୟକ୍ଷକ ମାନସ ରଞ୍ଜନ ସାମନ୍ତ ଙ୍କ ତତ୍ୱାବଧାନରେ ଖାଦ୍ୟ ପ୍ରସ୍ତୁତି ଓ ତାର ମାନ, ମହିଳା ୱାର୍ଡ, ପୁରୁଷ ୱାର୍ଡ, ସଫା ସୁତୁରା, କର୍ମନୟୋଜନ ପାଇଁ ଆସିଥିବା ଯନ୍ତ୍ରଂlଶ, ଟେଲିଫୋନ ବୁଥ ଓ ଯୋଗ ଶିକ୍ଷା ଉପରେ ଦୁଇ ପ୍ରଶିକ୍ଷକ ନିଯୁକ୍ତି ହୋଇଥିବା ବୁଲି ଦେଖିଥିଲେ l ଜେଲ ଅଧିକ୍ଷକ ଶ୍ରୀଯୁକ୍ତ ସାମନ୍ତ ବେସରକାରୀ ପରିଦର୍ଶକ କମିଟିକୁ ସମ୍ପୂର୍ଣ୍ଣ ସହଯୋଗ ଦେଇ ବିଭିନ୍ନ ସୁବିଧା ଅସୁବିଧା ଉପରେ ଅନ୍ତେବାସୀଙ୍କ ସହିତ ଭାବ ବିନିମୟ କରିଥିଲେ l କାରାଗାର ଅନ୍ତେବାସୀ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ଦେଇ ତାଙ୍କର ମନର କଥା କହିଥିଲେ l