ଉଚ୍ଛେବେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ  ଅଷ୍ଟମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ବେଲଗୁଣ୍ଠା ୦୧/୦୩ (ବିନାୟକ ଗୌଡ଼): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଞ୍ଚାୟତ ଉଚ୍ଛେବେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଅଷ୍ଟମ କ୍ଲଷ୍ଟର ସ୍ତରୀୟ ବୈଠକ ସିଆରସିସି ରଞ୍ଜିତା  ପାତ୍ରଙ୍କ ଅଧ୍ୟକ୍ଷତାରେ ଓ ପ୍ରଧାନଶିକ୍ଷକ ହିମାଂଶୁ ଶେଖର ମୁନିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଧାନଶିକ୍ଷକ ଜୟରାମ ବେହେରା ବାଙ୍ଗରଡ଼ା, ଅଳକା ପଣ୍ଡା ସିଙ୍ଗିପୁର, କେଶରାପଲ୍ଲୀ ରିତା ବେହେରା କେନ୍ଦୁପଦର ରାଜେନ୍ଦ୍ର ପ୍ରଧାନ, ନାହାଡା ବଂଶୀଧର ପରିଡା,ଭଗବାନ ସ୍ୱାଇଁ ଖୁକୁଣ୍ଡିଆ, ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଗୀତାଞ୍ଜଳି ଦାସ, ପୁଷ୍ପାଞ୍ଜଳୀ ବେହେରା, ସଂଗୀତା ମଞ୍ଜରୀ ଶତପଥୀ, ସୁଜିତା ବିଷୋୟୀ, ମେଘନାଦ ଦଳବେହେରା, ବନ୍ଦନା ମହାରଣା, ପ୍ରିୟଙ୍କା ପଣ୍ଡା, ମମତା ସ୍ୱାଇଁ, ସଂଗୀତା ପ୍ରଧାନ,ପର୍ଶୁରାମ ଖର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଶିକ୍ଷଣୀୟ ଆଲୋଚନାରେ ଭାଗ ନେଇଥିଲେ ଏବଂ  ଅନେକ ସକ୍ରିୟାତ୍ମକ କାର୍ଯ୍ୟକ୍ରମ  ଉପସ୍ଥାପନ କରିଥିଲେ । ଏହି  ଏମସିଏମର ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ଉଦିଷ୍ଟ ବୋର୍ଡ ପରୀକ୍ଷାର ନିର୍ଦେଶାବଳିକୁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସଚେତନ କରିବା ଓ ଶାନ୍ତିଶୃଙ୍ଖଳାରେ ପରୀକ୍ଷା ପରିଚାଳନା କରିବା ନିମନ୍ତେ ଆଲୋଚନା ହେଇଥିଲା  । ବିଦ୍ୟାଳୟର ଶୈକ୍ଷିକ ଓ ଭୌତିକ ପରିବେଶକୁ ପର୍ଯ୍ୟବେକ୍ଷଣ କରାଯାଇଥିବା ବେଳେ  ରଂଜିତା ପାତ୍ରଙ୍କ ସକ୍ରିୟାତ୍ମକ କାର୍ଯ୍ୟ କବିତାଟି ସମସ୍ତଙ୍କୁ ମନ ଜିଣି ପାରିଥିଲା । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯାଦୁ ପେଡ଼ି ଶିକ୍ଷଣ ସାମଗ୍ରୀକୁ ନେଇ ଚାରୋଟି ଦଳରେ ଅଂଶ ଗ୍ରହଣ କରି ଶ୍ରେଣୀ କକ୍ଷରେ କିପରି ପ୍ରୟୋଗ କରାଯିବ ତା ଉପରେ ଉପସ୍ଥାପନା କରିଥିଲେ ।  ଶେଷରେ ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।