ଦୁଷ୍କର୍ମ ଘଟଣା ରେ ରସିକିଆ ସ୍କୁଲ ମାଷ୍ଟର ଗିରଫ

ଫୁଲବାଣୀ ୦୩/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ଏକ ସ୍କୁଲ ର ନାବାଳିକା ଛାତ୍ରୀ କୁ ବାରମ୍ବାର ଦୁଷ୍କର୍ମ କରିବା ଅପରାଧରେ ପୋଲିସ ଶିକ୍ଷକ କୁନୁ ଭୋଇ କୁ ଗିରଫ କରିଛି। ଗତ ନଭେମ୍ବର ୨୧ ରେ ବିଜ୍ଞାନ ମେଳା ଦେଖେଇବା କୁ ଫୁଲବାଣୀ ଗାର୍ଲସ ହାଇ ସ୍କୁଲ କୁ ଶିକ୍ଷକ ସହ ଯାଇଥିଲେ। ସନ୍ଧ୍ୟାରେ ବିଜ୍ଞାନ ମେଳା ସରିଲା ପରେ ଦୀର୍ଘ ୧୫ କିମି ଦୁରବର୍ତ୍ତୀ ଜଙ୍ଗଲ ରାସ୍ତାରେ ଯିବାବେଳେ କୌଣସି ସ୍ଥାନରେ ଦୁଷ୍କର୍ମ କରି ଥିଲେ ବୋଲି ଝିଅ ଟି ଜଣେ ଶିକ୍ଷକ ଙ୍କୁ କହିବା ପରେ କଥା ଲୋକଲୋଚନ କୁ ଆସିଥିଲା। ବିଭିନ୍ନ ସମୟରେ ଛଅ ଥର ଦୁଷ୍କର୍ମ କରିଥିଲେ ଶିକ୍ଷକ ଜଣକ । ସବୁବେଳେ ସମ୍ପୃକ୍ତ ନାବାଳିକା କୁ ମିଠା ଦେଉଥିଲେ। ଫଳରେ ସନ୍ଦେହ ଉପୁଜିଥିଲା । ଖବର ପାଇ ଏସ ପି ହରିଶ ବି ସି ଙ୍କ ନିର୍ଦେଶରେ ଓ ଏସ ଡି ପି ଓ ଶୁଭର୍ଜିତ ବିଶ୍ୱାଳ ଙ୍କ ତତ୍ୱାବଧାନରେ ଗୋଛାପଡା ଆଇ ଆଇ ସି ଚିରଞ୍ଜିବି ବେହେରା ଅପରାଧୀ ଶିକ୍ଷକ କୁ ପୋକ୍ସ ଏକ୍ଟ ରେ ଗିରଫ କରିଥିବା ପ୍ରକାଶ ।