
ପୋଲସରା ୦୩/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା : ବୁଗୁଡ଼ା ସିନେମାହଲ ଛକ ଓ ଗୋଳାବନ୍ଧ ଠାକୁରାଣୀ ମନ୍ଦିରରେ ୨ଟି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ପାଇଁ ଗତକାଲି ଅର୍ଥାତ ମାର୍ଚ୍ଚ ୦୨ ତାରିଖ ସୋମବାର ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବୁଗୁଡ଼ା ସିନେମାହଲ ଛକରେ ବୁଗୁଡ଼ା ପୂର୍ତ୍ତବିଭାଗ ରାସ୍ତା ଠାରୁ ଗୋଳାବନ୍ଧ,ସଙ୍କୁରୁ ଦେଇ ଭୋଗଡା ପର୍ଯ୍ୟନ୍ତ ପ୍ରାୟ ୧୨ କୋଟି ଟଙ୍କା ବିନିଯୋଗରେ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେହିପରି ମନ୍ତ୍ରୀ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଠାକୁରାଣୀ ମନ୍ଦିରରେ ଗୋଳାବନ୍ଧ ଠାରୁ ଠଣାପଲ୍ଲୀ ପର୍ଯ୍ୟନ୍ତ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ପାଇଁ ୪କୋଟି ୧୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓ ସଞ୍ଜୀବ ପାତ୍ର, ନଗର ଭାଜପା ସଭାପତି କେଦାରନାଥ ମହାରଣା, ଠିକାଦାର ନୀଳମାଧଵ ସାହୁ,ରବୀନ୍ଦ୍ରନାଥ ପଣ୍ଡା, ସୁବ୍ରତ ପାତ୍ରଙ୍କ ସମେତ ଅନ୍ୟ ଭାଜପା କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।