
ଫୁଲବାଣୀ ୦୭/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ନୂତନ ଆଇଆଇସି ରିତମ୍ଭରା ପ୍ରଜନା କର ଯୋଗ ଦେଇଛନ୍ତି! ପୂର୍ବରୁ ପି ସ୍ୱରୂପ କିଶନ ଥାନା ଅଧିକାରୀ ଥିଲେ! ସେ ଦୀର୍ଘ ୧୪ ମାସ ମଧ୍ୟରେ ଫୁଲବାଣୀ ର ଟ୍ରାଫିକ ସମସ୍ୟା କୁ ସମାଧାନ କରିବା ସହ ସହର ର ଅସାମାଜିକ ତତ୍ତ୍ୱ କୁ ସାବଡ଼ କରି ଶାନ୍ତି ଶୃଙ୍ଖଳା କୁ ବଜାୟ ରଖିଥିଲେ! ସେ ଆଇଆଇସି ଭାବେ ଲୋକଙ୍କର ବିଶ୍ୱାସ ଭାଜନ ହେବା ସହ ଲୋକପ୍ରିୟ ହୋଇଥିଲେ! ସ୍ୱରୂପ କିସନ ଙ୍କ ର ଅନୁଗୁଳ ଜିଲ୍ଲା କୁ ବଦଳି ହୋଇଛି! ନୂତନ ଆଇଆଇସି ପି. ରିତମ୍ଭରା କର ଙ୍କୁ ଭଏସ ଅଫ ମିଡ଼ିଆ ର ଜିଲ୍ଲା ସଭାପତି ଶିବାନନ୍ଦ ପଟ୍ଟନାୟକ ଓ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସନ୍ତୋଷ କୁମାର ଡିଗଲ, ଡିସଟ୍ରିକ୍ଟ କରେଶପଣ୍ଡେଣ୍ଟ ଦାରୁଣ ବେହେରା ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ! ନୂତନ ଆଇଆଇସି ଫୁଲବାଣୀ ସଦର ମହକୁମା ରେ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ବ୍ୟବସ୍ଥା କୁ ଅଧିକ ବ୍ୟବସ୍ଥିତ କରିବା ସହ ଅସାମାଜିକ ତତ୍ତ୍ୱକୁ ଦୃଢ଼ ଭାବେ ଦମନ କରିବା ସହ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ନେଇ ଅଗ୍ରାଧିକାର ଦେବେ ବୋଲି ପ୍ରକାଶ କରିଛନ୍ତି। ପୂର୍ବରୁ ଶ୍ରୀମତୀ କର ଖୋର୍ଦ୍ଧା, ବାଘମାରି, ଟିକାବାଲି ଥାନାରେ ଆଈଆଈସି ରୂପେ କାର୍ଯ୍ୟ କରିଛନ୍ତି।