ଚୌଦ୍ଵାର ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାର ସହର ର ଥର୍ମାଲ ରୋଡ ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରଟିର ନାମ ଅମୃତ ବିନ୍ଦୁ ରଖା ଯାଇଛି ।ଏହି କାର୍ଯ୍ୟକ୍ରମ ଟି ସମିତି ର ଆବାହକ ସୁଧାଂଶୁ ଶେଖର ସାହୁ, ଆଧ୍ୟାତ୍ମିକ ସଂଯୋଯୋକ ରଞ୍ଜିତ କୁମାର ପ୍ରଧାନ ଓ ଜିଲ୍ଲା ସଭାପତି ବିଚିତ୍ରା ନନ୍ଦ ମହାନ୍ତି, ସେଣ୍ଟ୍ରାଲ ରେଡ କ୍ରସ୍ ଅଫିସର ଡକ୍ଟର. ଆୟୁଷ୍ମାନ ଷଡ଼ଙ୍ଗୀଙ୍କ ଦ୍ଵାରା ପ୍ରଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା।ସାଧାରଣତଃ ଗ୍ରୀଷ୍ମ ଦିନରେ ଅନେକ ସ୍ଥାନ ରେ ରକ୍ତ ର ଅଭାବ ଦେଖା ଦେଇଥାଏ। ସେଥିପାଇଁ ଏହି ଭଳି ସମସ୍ୟା କୁ ଆଖି ଆଗରେ ରଖି ସମିତି ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା। ଏହି ଶିବିର ରେ 57 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିର ରେ ସମିତି ର ସମସ୍ତ ସଦସ୍ୟ ଏବଂ ଅଞ୍ଚଳ ର ଯୁବବର୍ଗ ମାନେ ରକ୍ତଦାନ ଭଳି ମହତ ଦାନ କରିଥିଲେ। ସମିତି ର ରକ୍ତ ଦାନ ଭଳି ମହତ ଦାନ ଦୀର୍ଘ ୨୧ ବର୍ଷ ହେବ ଚାଲୁ ରହିଛି । ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଚାଲୁରହିବ ବୋଲି ସମିତି ର ସେବା ସଂଯୋଜକ ନବୀନ ରାଓ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ସମିତି ର ସମସ୍ତ ସଦସ୍ୟ ଓ ସମସ୍ତ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷ ରେ ଭଗବାନ ଶ୍ରୀ ସତ୍ୟ ସାଈ ବାବାଙ୍କ ନିକଟରେ ମଙ୍ଗଳ ଆରତୀ କରାଯାଇ ଶିବିର ଟି କୁ ଶେଷ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମିତି ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ବେଶ୍ ଭଲ ଭାବରେ ସମ୍ପୂର୍ଣ କରିଥିଲେ। ପରିଶେଶ ରେ ଯୁବ ସଂଯୋଜକ ସାଇ କୃଷ୍ଣ ଡୋରା ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ୍ ଜଣାଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ହିନ୍ଦ୍ ସେବକ ସଂଘ ର ସଭାପତି ଦାମୋଦର ସାହୁ ଙ୍କ ସହିତ ଜିଲ୍ଲା ସେବା ସଂଯୋଜକ ମନୋଜ କୁମାର ଦାସ, ପ୍ରି ସେବା ଦଳ ସଂଯୋଜକ ହର୍ଶ ବିହାରୀ ଦାସ ,ସାତବାଟିଆ ଆବାହକ ପ୍ରଣବ କୁମାର୍ ଭୂୟାଁ,ସେବା ସଂଯୋଜକ ନବୀନ ରାଓ, ଯୁବ ସଂଯୋଜକ ସାଇ କୃଷ୍ଣ ଡୋରା,ଶିକ୍ଷା ସଂଯୋଜକ ସଞ୍ଜୟ କୁମାର ରାୟ, ରାଜେଶ୍ କୁମାର ନାୟକ, ଅନିରୁଦ୍ଧ ମହାନ୍ତି, ଶାଶ୍ଵତ ରଞ୍ଜନ ପଣ୍ଡା, ବିକାଶ ଲେଙ୍କା, ସଞ୍ଜୟ କୁମାର ସିଂ, ସଞ୍ଜୟ କୁମାର ରାଉତ, ପ୍ରଦୀପ୍ତ କୁମାର ପଣ୍ଡା, ଅଞ୍ଜନ କୁମାର ମହାପାତ୍ର, ତରୁଣ କୁମାର, ଜଗନ୍ନାଥ ଡୋରା, ଉମେଶ ସେଠୀ, ପ୍ରଦିପ କୁମାର ବେହେରା, ଡକ୍ଟର ପ୍ରକାଶ ପଣ୍ଡା, ମୃତ୍ୟଞ୍ଜୟ ପଟ୍ଟନାୟକ, ସାଇ ଅର୍ପଣ ନାୟକ, ମିନାକ୍ଷୀ ପ୍ରଧାନ, ଜିଲ୍ଲା ସେବା ସଂଯୋଜିକା ପୁଷ୍ପଲତା ଦାସ, ତପସ୍ଵିନୀ ପଣ୍ଡା, ମଞ୍ଜୁଶ୍ରୀ ସାହୁ,ଶିବାନୀ ଦାସ, ଏମ ସାବିତ୍ରୀ, ମମତା ରାୟ, ଜେନିତା ପ୍ରଧାନ, ବିଜୟ ଲକ୍ଷ୍ମୀ ରାଉତ, ମିନତି ପାତ୍ର, କଲ୍ପନା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।