ପି.ଏମ.ଶ୍ରୀ ବାହାଡାପଦର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ

ଭଞ୍ଜନଗର ୦୯/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ ବାହାଡାପଦର ରେ ଥିବା ପି.ଏମ.ଶ୍ରୀ.ନୋଡାଲ ଉଚ୍ଚ ବିଦ୍ୟାଳୟ, ଠାରେ ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ବିଜ୍ଞାନ ଓ ଗଣିତ ଉପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ପ୍ରଦର୍ଶନୀ ହୋଇଯାଇଛି l ଏହାକୁ ଅବସରପ୍ରାପ୍ତ ସହ-ଗୋଷ୍ଠୀ ଶିକ୍ଷାଧିକାରୀ ଜଗବନ୍ଧୁ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ରୋଟାରୀ କ୍ଳବ ସହ-ପ୍ରାନ୍ତପାଳ ସନ୍ତୋଷ ଜେନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରିଲୋଚନ ଦାସ ଅତିଥିଭାବେ ଯୋଗ ଦେଇ ପି.ଏମ.ଶ୍ରୀ.ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ପ୍ରଶଂସା କରି ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଜ୍ଞାନର ଅଭିବୃଦ୍ଧି ସହ ବକ୍ତବ୍ୟ ରଖି ବିଜ୍ଞନ ଓ ଗଣିତର ପ୍ରାଧାନ୍ୟ ଉପରେ ବୁଝାଇଥିଲେ l ଏଥିରେ ବିଚରାକଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ଦିଗାମ୍ବର ପ୍ରଧାନ, ବରିଷ୍ଠ ବିଜ୍ଞାନ ଶିକ୍ଷକ ଉମାକାନ୍ତ ନାହାକ, ପ୍ରଧାନଶିକ୍ଷକ କେଦାରନାଥ ସେଠୀ, କାଳିଚରଣ ପରିଡା ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ହୃଷିକେଶ ନାୟକ ସଂଯୋଜନା ସହ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ l ବିଜେତା ଦଳ ଓ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷlକର୍ମଚାରୀ ସହଯୋଗ କରିଥିଲେ l