ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ପଥର ଶୀଳ ପଡିଛି ଛାତିରେ

ବ୍ରହ୍ମପୁର ୧୧/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ପରିବାର ଲୋକେ ଆତ୍ମହତ୍ୟା କହୁଥିବା ବେଳେ ପରିପାର୍ଶିକ ସ୍ଥିତି ଯାଞ୍ଚ କରୁଛି ସାଇଣ୍ଟିଫିକ ଟିମ।

ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ତଦନ୍ତ କରୁଛି ବୈଦ୍ୟନାଥପୁର ଥାନା ପୋଲିସ ।ଘଟଣାଟି ଘଟିଛି ଆଜି ସକାଳେ । ସିଦ୍ଧାର୍ଥ ନଗର ଦ୍ଵିତୀୟ ଗଳିରେ ରହୁଥିବା ଅଶାନ୍ତି ସେଠି ଏମିତି ପଡି ରହିଥିବା ନେଇ ଦେଖିଥିଲେ ଅଞ୍ଚଳବାସୀ ।ଏନେଇ ତାଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିଲେ।ଖବର ପାଇ ତାଙ୍କ ସମ୍ପର୍କୀୟ ପହଞ୍ଚି ଦେଖିବା ବେଳେ ତାଙ୍କ ଛାତିରେ ପଥର ଶୀଳ ପଡିଛି।ପୋଲିସକୁ ଖବର ଦେଇଥିଲେ, ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।ଅଶାନ୍ତି ଘରେ ଏକା ରହୁଥିବା ବେଳେ ତାଙ୍କ ସାବତ ପୁଅ ମଳୟ ରଞ୍ଜନ ସେଠି ସୁନ୍ଦରଗଡ଼ରେ ଅବକାରୀ ବିଭାଗରେ କାର୍ଯ୍ୟରତ ଥିବା ସୂଚନା ମିଳିଛି ।ଏବଂ ତାଙ୍କ ବୋହୁ ରୋଜାଳିନ ସେଠି ନିଜ ବାଣପୁର ବାପ ଘରକୁ ଚାଲି ଯାଇଥିଲେ। ଘରେ କେହି ନ ଥିବା ବେଳେ ଏଭଳି ଘଟିଥିବା ଜଣାପଡିଛି ।ତେବେ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ତାକୁ ନେଇ ତଦନ୍ତ କରୁଛି ପୋଲିସ। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଏମ୍ କେ ସିଜି କୁ ପଠାଇଛି ପୋଲିସ ।