
ସୋରଡ଼ା ୨୨/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ସୋରଡ଼ା ବ୍ଲକ ଅଧୀନ ଗୋଚ୍ଛା ଗ୍ରାମପଞ୍ଚାୟତ ବଡଗୋଚ୍ଛା ହରିଜନ ସାହିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟି ୨୬ ଟି ଘର ପରିବାର ଜଳି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହି ଦୁର୍ବିସହ ପରିସ୍ଥିତିରେ ସେମାନଙ୍କ ପାଖରେ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ମାନେ ପହଁଞ୍ଚି ସେମାନଙ୍କ କଷ୍ଟକୁ ହୃଦୟଙ୍ଗମ କରି ଅଗ୍ନି ବିପନ୍ନ ମାନଙ୍କ ପ୍ରତ୍ୟକ ପରିବାର କୁ ରୋଷେଇ ସାମଗ୍ରୀ ରସ ଡେ଼କଚି, କଡେଇ, ଥାଳି, ଚଟୁ, ଡେଙ୍କୀ, ପ୍ଲେଟ ଏବଂ ସମସ୍ତ ପରିବାର ମାନଙ୍କୁ ଏକ ମାସ ପାଇଁ ରାସନ ସାମାନ, କିଛି ନୂତନ ବସ୍ତ୍ର ଲୁଗା ପଟା ଆଦି ପ୍ରଦାନ କରି ସାହାୟତାର ହାତ ବଢ଼େଇଛନ୍ତି ଅନୁଷ୍ଠାନର ସଦସ୍ୟ ମାନେ। ଜିଲ୍ଲା ଏବଂ ଜିଲ୍ଲା ବାହାରେ ଘଟୁଥିବା ଏଭଳି ଅନେକ ଅସମୟରେ ଉକ୍ତ ଅନୁଷ୍ଠାନ ସଦସ୍ୟ ମାନେ ବିପଦର ବନ୍ଧୁ ଭଳି ପହଁଞ୍ଚି ସାହାଯ୍ୟ କରିଆସୁଥିବା ନଜର ରହିଛି। ସହାୟତା ପ୍ରଦାନ ବେଳେ ଅନୁଷ୍ଠାନ ସଦସ୍ୟ ସୁଶାନ୍ତ ପାତ୍ର, ପପୁ ପାତ୍ର, ସୁଧୀର ଗୌଡ଼, ବିଷ୍ଣୁ ସାହୁ, ପ୍ରମୋଦ ପ୍ରଧାନ, ସଚିନ ବିଷୋୟୀ, ରାଜେଶ ସାହୁ ଉପସ୍ଥିତ ରହିଥିଲେ। ଏହା କୌଣସି ସରକାରୀ ସହାୟତା ନୁହେଁ ସ୍ବେଛାସେବୀ ମାନଙ୍କ ନିଜସ୍ୱ ହସ୍ତ ପଣ୍ଠିରୁ ସଂଗୃହିତ କରି ଏଭଳି ସାମାଜିକ କାର୍ଯ୍ୟକ୍ରମ କରାଯାଉଥିବା ଅନୁଷ୍ଠାନର ଉପ ସଭାପତି ଅରକ୍ଷିତ ପରିଛା କହିଛନ୍ତି।