ପେଟାନାଳ ନବୀକରଣ ପାଇଁ ୯୮.୨୪ କୋଟି ମଞ୍ଜୁର ଆସନ୍ତା ମାସରୁ କାର୍ଯ୍ୟ ଆରମ୍ଭ

ଚୌଦ୍ୱାର (ଶିବବ୍ରତ ଦାସ )- କଟକ ସହରର ପୁରାତନ ନାଳ ଭାବେ କୁହାଯାଉଥିବା ସି. ଡି. ଏ ଅଞ୍ଚଳର ପେଟାନାଳ ର ନବୀକରଣ ପାଇଁ ରାଜ୍ୟସରକାର ୯୮କୋଟି ୨୪ ଲକ୍ଷ୍ୟ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରିଛନ୍ତି। ଏଥିପାଇଁ ଜଳସମ୍ପଦ ବିଭାଗ ଅଧିନରେ ରହିଥିବା ଡ୍ରେନେଜ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ମାସ ଠାରୁ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦର୍ଶା ଯାଇଛି। ସୂଚନା ଦେଇ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଇଂ ଅଭିନାଶ ରାଉଳ କହିଛନ୍ତି ଯେ ରାଜ୍ୟସରକାର ଫେଜ୍-୧ ରେ ୨୯ କୋଟି ୩୬ ଲକ୍ଷ୍ୟ ଟଙ୍କା,ଫେଜ୍-୨ ରେ ୩୬ କୋଟି ୮୦ ଲକ୍ଷ୍ୟ ଓ ଫେଜ୍-୩ ରେ ୧୯ କୋଟି ୩୪ ଲକ୍ଷ୍ୟ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ବିନିଯୋଗରେ ସିଭିଲ ୱାର୍କ, ନାଳ ସୁରକ୍ଷା କାର୍ଯ୍ୟ କରାଯିବ। ସେହିଭଳି ନାଳର ଲାଇନିଂ ପାଇଁ ମଧ୍ୟ ୧୨ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ଅର୍ଥ ବିନିଯୋଗରେ ନାଳରେ ୫ଟି ପୋଲ, ବୋର ୱେଲ ସହିତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ଗତକାଲି ବିଭାଗୀୟ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କାମଦେବ ଦାସ, ଅଧିକ୍ଷଣ ଯନ୍ତ୍ରୀ ମଳୟ କୁମାର ଧରୁଆ ନାଳ ପରିଦର୍ଶନ କରି ଅବଶିଷ୍ଟ ବାକି କାର୍ଯ୍ୟ ଉପରେ ମୁଖ୍ୟଯନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି l