
ଚୌଦ୍ୱାର (ଶିବବ୍ରତ ଦାସ ): ବହୁଦିନ ଧରି ପୋଲିସଙ୍କ ପାଇଁ ଚିନ୍ତା କାରଣ ହୋଇଥିବା ଦ୍ୱିତୀୟ ଅଭିଯୁକ୍ତ ରାଜା ସାହାଣୀକୁ ଶେଷରେ ଗିରଫ କରିବାରେ ସଫଳ ହୋଇଛି ଓଡିଶା ପୋଲିସ। ସୂଚନା ଅନୁସାରେ, ସେ ୦୩ ଅକ୍ଟୋବର ୨୦୨୫ ତାରିଖରେ ଚୌଦ୍ୱାର ଜେଲରୁ ଫେରାର ହୋଇଯାଇଥିଲା। ସେବେଠାରୁ ପୋଲିସ ତାଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ତଲାଶି ଚାଲାଉଥିଲା।
ଦୀର୍ଘ ସମୟର ଚେଷ୍ଟା ପରେ, ଗୋପନୀୟ ସୂଚନା ଆଧାରରେ ଓଡିଶା ପୋଲିସ ରାଜା ସାହାଣୀ କୁ ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରିବାରେ ସଫଳ ହୋଇଛି। ଏହି ଅପରେସନ୍ ପୋଲିସ ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ବର୍ତ୍ତମାନ ଅଭିଯୁକ୍ତକୁ ଅଧିକ ତଦନ୍ତ ପାଇଁ ଟ୍ରାଞ୍ଜିଟ୍ ରିମାଣ୍ଡରେ କଟକକୁ ଆଣାଯାଉଛି। ପୋଲିସ ତାଙ୍କ ସହିତ ଜଡିତ ଅନ୍ୟାନ୍ୟ ଅପରାଧ ଓ ସହଯୋଗୀମାନଙ୍କ ବିଷୟରେ ମଧ୍ୟ ଖୋଜଖବର ଆରମ୍ଭ କରିଛି।
ଏହି ଗିରଫ ଘଟଣା ଦ୍ୱାରା ପୋଲିସର ସଚେତନତା ଓ କାର୍ଯ୍ୟକୁଶଳତା ପୁଣିଥରେ ପ୍ରମାଣିତ ହୋଇଛି ବୋଲି ମତ ପ୍ରକାଶ ପାଉଛି।