ବେଲଗୁଣ୍ଠା ପଟେଲ୍ ରୋଡ଼ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରବେଶ ଉତ୍ସବ

ବେଲଗୁଣ୍ଠା (ବିନାୟକ ଗୌଡ଼): ସମାଜର ଉନ୍ନତି ଓ ବ୍ୟକ୍ତିଗତ ପ୍ରଗତି ପାଇଁ ଶିକ୍ଷା ଅତ୍ୟନ୍ତ ଆବଶ୍ୟକ । ଶିକ୍ଷା ହେଉଛି ଏକ ମାନବର ସର୍ବାଙ୍ଗୀନ ଉନ୍ନତିର ମୂଳ ଆଧାର ତେଣୁ ବାଲ୍ୟ କାଳରୁ ହିଁ ବିଦ୍ୟା ଅଧ୍ୟୟନ ନିତ୍ୟାନ୍ତ ଜରୁରୀ । ବେଲଗୁଣ୍ଠାର ବହୁ ପୂରାତନ ବିଦ୍ୟାଳୟ ରୂପେ ପଟେଲ ରୋଡ଼ ପ୍ରାଥମିକ ବିଦ୍ୟାଳୟ ତାହାର ସୁନାମ ବଜାୟ ରଖିଛି । ୧୯୧୬ ମସିହାରେ ସ୍ଥାପିତ ଉକ୍ତ ବିଦ୍ୟାଳୟରେ ବହୁତ ଛାତ୍ରଛାତ୍ରୀ ଶିକ୍ଷା ଲାଭକରି ଉଚ୍ଚ ପଦପଦବୀରେ ପଦ ମଣ୍ଡନ କରିଛନ୍ତି । ଆଜି ଭି ଅଭିଭାବକ ମାନେ ସେହି ଆଶା ଓ ଭରଷାର ସହ ନିଜର ସନ୍ତାନ ମାନଙ୍କୁ ଉକ୍ତ ବିଦ୍ୟାଳୟରେ ବିଦ୍ୟା ଅଧ୍ୟୟନ ନିମନ୍ତେ ନାମ ଲେଖାଉଛନ୍ତି । ଗତ ତ: ୦୪.୦୪.୨୦୨୬ ରିଖ ଶନିବାର ଦିନ ଉକ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଅାଁ କାର୍ଯ୍ୟକ୍ରମ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗାପରମ୍ ହରି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ରୂପେ ତହସିଲଦାର କଳାକୃଷ୍ଣ ପ୍ରଧାନ, ବିଶିଷ୍ଟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀଣି ଲୋପାମୁଦ୍ରା ରଥ, ସମ୍ମାନୀତ ଅତିଥି ରୁପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ପାତ୍ର , ପ୍ରଶାନ୍ତ କୁମାର ପଟ୍ଟନାୟକ, ସମ୍ମାନୀତ ଅତିଥି ରୁପେ ଉଢୁରା କ୍ଳଷ୍ଟରର ସି.ଆର୍.ସି.ସି ରମେଶ ଚନ୍ଦ୍ର ପାଣିଗ୍ରାହୀ , ମଙ୍ଗଳପୁର ସି.ଆର୍.ସି.ସି ରଂଜିତ କୁମାର ସାହୁ, ବିଦ୍ୟାଳୟର ସଭାପତି ସତ୍ୟନାରୟଣ ସାହୁ , ବିଦ୍ୟାଳୟର ଉପଦେଷ୍ଟା ତଥା ବରିଷ୍ଠ ସମାଜସେବୀ ଭି. ଦେବୀ ପ୍ରସାଦ ପାତ୍ର , କାଉନସିଲର ପ୍ରତିନିଧି କେ. ଜିତେନ୍ଦ୍ର ସୁବୁଦ୍ଧି , ଗୋଷ୍ଠୀ ସହଯୋଗୀ ପ୍ରକାଶ ଚନ୍ଦ୍ର ଡ଼ାକୁଆ ଓ ବହୁ ଅଭିଭାବକ ଓ ନୂତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ କୋମଳମତୀ ଶିଶୁ ମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟତ୍ରୀ ଅଳକା ପ୍ରଧାନ, ସହକାରୀ ଶିକ୍ଷକ ଦେବୀ ପ୍ରସାଦ ନାୟକ ଓ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ଶିବରଂଜନୀ ସାହୁ ପରିଚାଳନା କରିଥିଲେ ।