
ଭଞ୍ଜନଗର ୦୭/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗୁଣିଗାରେଡି ଭଳି ଅନ୍ଧ ବିଶ୍ବାସ ଆଜି ମଧ୍ୟ ସମାଜରେ ବଞ୍ଚି ରହିଛି। ଦେହ ଅସୁସ୍ଥ ହେଲେ ଡାକ୍ତରଖାନା ପରିବର୍ତ୍ତେ ଝାଡଫୁଙ୍କ କରିବାକୁ ଅନେକ ଲୋକ ଯାଉଛନ୍ତି। ଝାଡଫୁଙ୍କ,ଗୁଣିଗାରେଡି ନିକଟରୁ ନିବୃତ୍ତ ରହିବା ସହ ଦେହ ଖରାପ ହେଲେ ଝାଡଫୁଙ୍କ ନକରି ମେଡ଼ିକାଲକୁ ଗୁଣି ଗାରେଡ଼ି ସମସ୍ୟା ସଂପର୍କରେ ପୁଲିସକୁ ଖବର ଦେବା ପାଇଁ ତାରସିଂ ପୁଲିସ ପକ୍ଷରୁ ବ୍ରାହ୍ମଣପଦର୍ ଠାରେ ଆୟୋଜିତ ସଚେତନା କାର୍ଯ୍ୟକ୍ରମରେ ଅତିଥି ମାନେ ପ୍ରକାଶ କରିଛନ୍ତି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ଙ୍କ ପୌରହିତ୍ୟରେ ଏସଡିପିଓ ଡ. ଦୀପକ କୁମାର ମିଶ୍ର,ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ,ସରପଞ୍ଚ ବନମାଳୀ ଗୌଡ଼ ଏବଂ ଶ୍ୟାମ ସୁନ୍ଦର ସାହୁ ପ୍ରମୁଖ ମଞ୍ଚାସିନ ରହି ସଚେତନ କରିଥିଲେ। ବିଶେଷ କରି ଲୋକ ମାନଙ୍କୁ ପାରମ୍ପରିକ ଲୋକ ନୃତ୍ୟ କଣ୍ଢେଇ ନୃତ୍ୟ ମାଧ୍ୟମରେ ଅନ୍ଧ ବିଶ୍ୱାସ କୁ କିଭଳି ଦୂରେଇବା ସେ ସମ୍ପର୍କରେ ସଚେତନ କରାଯାଇଥିଲା। ଏହାପରେ ଦୁର୍ଗମ ରୁଢାପଦର୍ ଗ୍ରାମରେ ମଧ୍ୟ ସମାନ ଢଙ୍ଗରେ ଲୋକଙ୍କୁ ଏଭଳି ସଚେତନ କରାଯାଇଥିଲା। ବିଶେଷ କରି ମହିଳା ମାନେ ଏଭଳି କୁସଂସ୍କାର ବିଷୟରେ ସଚେତନ ହେଲେ ପୁରା ପରିବାର ଲୋକଙ୍କୁ ସଚେତନ କରିବେ ତେଣୁ ଶତାଧିକ ମହିଳାଙ୍କୁ ଏଥିରେ ସାମିଲ କରିବାକୁ ଗୁରୁତ୍ଵ ଦିଆଯାଇଥିବା ଏସଡିପିଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।