ସରକାରୀ ଦେଶୀ ମଦ ବେପାରୀଙ୍କ ରିମୋଟରେ ଚୌଦ୍ୱାର ଅବକାରୀ ବିଭାଗ

ଚୌଦ୍ୱାର (ଶିବବ୍ରତ ଦାସ ) କାଗଜରେ ନିୟମ, ମାଟିରେ ଦଲାଲଙ୍କ ନିୟନ୍ତ୍ରଣ! ଚୌଦ୍ଵାର ଅବକାରୀ ବିଭାଗ ଏବେ ସରକାରୀ କାର୍ଯ୍ୟାଳୟ କମ୍‌, ଦଲାଲଙ୍କ “କମାଣ୍ଡ ସେଣ୍ଟର” ବେଶି ଲାଗୁଛି। ନିୟମକୁ ଲକ୍ଷ୍ମଣ ରେଖା ଭାବିବା ପ୍ରଶାସନ ଏଠାରେ ତାକୁ ଚକ୍‌ରେ ମାଛ ମାରି ଦେଇଛି ବୋଲି ଲୋକମାନେ କଟାକ୍ଷ କରୁଛନ୍ତି। ଧୂମାବତୀ ଛକର ସରକାରୀ ଦେଶୀ ମଦ ଦୋକାନ ନାମରେ ରିଟେଲ୍‌, କାମରେ ହୋଲସେଲ୍‌! ଦିନ ଦୁଇପହରରେ ପେଟି ପେଟି ମଦ ଖୋଲାଖୋଲି ଚାଲାଣ, ଏବଂ ଅବକାରୀ ବିଭାଗର ଆଖି ମନେ ହେଉଛି “ପାୱାର୍ ସେଭିଂ ମୋଡ୍‌”ରେ! ପ୍ରଶ୍ନ ଉଠୁଛି ଏହା ଅଜ୍ଞାନତା, କି ଜଣାଶୁଣା ନିରବତାର ବଡ଼ ନାଟକ? ଏହି ସମସ୍ତ ଖେଳର କେନ୍ଦ୍ରବିନ୍ଦୁରେ ଚର୍ଚ୍ଚିତ ନାମ ଆଶୁତୋଷ ଜେନା। ଦୀର୍ଘଦିନ ଧରି କାର୍ଯ୍ୟାଳୟରେ ବସି ବସି “ସିଷ୍ଟମ୍‌”କୁ ନିଜ ମୁଠିରେ ଧରିଥିବା ଏହି କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ସେ ନାଁକି ବେଆଇନ ମଦ ବ୍ୟବସାୟୀଙ୍କ ସହିତ ହାତ ମିଶାଇ “ସେଫ୍‌ ପାସେଜ୍‌” ଦେଉଛନ୍ତି। ମାଛ-ଶୁଖୁଆରୁ ଆରମ୍ଭ କରି ମୋଟା ଖାମ୍ବା ପର୍ଯ୍ୟନ୍ତ ସବୁଠି ତାଙ୍କ ରୁଚି ବୋଲି ଲୋକେ ହସି ହସି କହୁଛନ୍ତି।ଯେଉଁମାନେ ମଦ ନେଇ ଚୋରା ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ଛୁଇଁବାକୁ ମଧ୍ୟ ହିମ୍ମତ ନାହିଁ। କାହିଁକିନା “ମାସିକ ପ୍ୟାକେଜ୍‌” ଭଲ ଚାଲିଛି! ତାହାଲେ ନ୍ୟାୟ? ସେହିଟା ମଧ୍ୟ ଏଠାରେ “ସିଲେକ୍ଟିଭ୍‌ ସର୍ଭିସ୍‌” ଯାହାଙ୍କ ସେଟିଂ ନାହିଁ, ସେମାନଙ୍କୁ ଦେଖାଯାଉଛି ରେଡ୍‌ର ଭୟଙ୍କର ନାଟକ! ଏପଟେ ଅଞ୍ଚଳର ମହିଳାମାନେ ଅସନ୍ତୋଷରେ ଫୁଟିଉଠୁଛନ୍ତି। ଘର ପାଖରେ ମଦର ବଜାର, ଯୁବପିଢି ଭ୍ରଷ୍ଟ ପଥରେ କିନ୍ତୁ ଅବକାରୀ ବିଭାଗ ପାଇଁ ସବୁକିଛି “ନର୍ମାଲ୍‌ ସିଚୁଏସନ୍‌”! ନିୟମ କାଗଜରେ ବନ୍ଦୀ, ଆଉ ମାଟିରେ ଦଲାଲ ରାଜ୍‌ ଖୋଲାଖୋଲି ରାଜ କରୁଛି। ସାଧାରଣ ଲୋକଙ୍କ ମନରେ ଏକମାତ୍ର ପ୍ରଶ୍ନ “ଏହି ଅବକାରୀ ବିଭାଗ ସରକାରଙ୍କ କି ଦଲାଲଙ୍କ ପ୍ରାଇଭେଟ୍‌ ଲିମିଟେଡ୍‌?” ମୋହନ ସରକାରଙ୍କ ଦୃଷ୍ଟିର ଅଭାବ କିମ୍ବା ଜଣାଶୁଣା ନିରବତା ଏହି ଦ୍ୱନ୍ଦ୍ୱ ମଧ୍ୟରେ ୨୪ ବର୍ଷର “ପ୍ରାକ୍ଟିସ୍‌” ଏବେ ଅଭ୍ୟାସରେ ପରିଣତ ହୋଇଛି ବୋଲି ବୁଦ୍ଧିଜୀବୀ ମହଲ ରେ କଟାକ୍ଷ ଶୁଣିବାକୁ ମିଳୁଛି।ଏବେ ଦେଖିବାକୁ ବାକୀ
ପ୍ରଶାସନ ଆଖି ଖୋଲିବକି ନା ଦଲାଲଙ୍କ ରିମୋଟ୍‌ରେ ଏଭଳି ନାଚିବ? ଅଞ୍ଚଳବାସୀ ଅପେକ୍ଷାରେ କାର୍ଯ୍ୟାନୁଷ୍ଠାନ କେବେ? ନା ଏହି ନାଟକ ଏଭଳି ଚାଲିଥିବ?