
ଆସିକା ୧୩/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଦଣ୍ଡନାଚ ର ମାସନ୍ତ ମେରୁ ପର୍ବ ଉଦଯାପିତ ହୋଇଯାଇଛି। ଆସିକା ର ପଶ୍ଚିମ ଦିଗ ରେ ବିଜେ ମା ଦଣ୍ଡକାଳୀ ମନ୍ଦିର, କାଳଷଣ୍ଢପୁର, ମାଗୁରା, ଖାରିଆ, ଠାରେ ଥିବା ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ଭକ୍ତିମୟ ପରିବେଶ ରେ ମେରୁ ପର୍ବ ସମାପନ ହୋଇଯାଇଛି। ଆଜି ସକାଳ ସମୟ ରୁ ମା କାଳୀ ଙ୍କ ମନ୍ଦିର ରେ ସ୍ୱତନ୍ତ୍ର ପୂଜା ଅର୍ଚନା, ମେରୁ ମଣ୍ଡପ ଠାରେ ପୂଜା, ହୋମ, ଆରତୀ, ପୁଷ୍ପାଞ୍ଜଳି, ଆଦି ପଣ୍ଡିତ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏହା ପରେ ଦଣ୍ଡୁଆ ମାନେ ଦୈନିକ ରୀତିନୀତି ଅନୁସାରେ ଧୂଳିଦଣ୍ଡ ଶେଷ କରି ପାଣିଦଣ୍ଡ କୁ ଯାଇଥିଲେ ଓ ସେଠାରୁ ଅଗ୍ନିଦଣ୍ଡ ଖେଳି ମେରୁ ମଣ୍ଡପ ନିକଟରେ ପହଁଞ୍ଚିଥିଲେ। ସେଠାରେ ପ୍ରତି ଦଣ୍ଡୁଆ ଙ୍କ ଦ୍ୱାରା ମେରୁ ପର୍ବ ର ସମସ୍ତ କାର୍ଯ୍ୟ ରୀତିନୀତି ଅନୁସାରେ ସମାପନ ହୋଇଥିଲା। ସନ୍ଧ୍ୟା ରେ ଆରତୀ, ପଣା ଭୋଗ ପରେ କାଳୀ ଶ୍ରୀ ବିଜେ ଚଢ଼େୟା ଚଢ଼େୟାଣୀ ନୃତ୍ୟ, ଦଣ୍ଡ ଚରିତ, ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ନିରଞ୍ଜନ ପୋଲାଈ, ନରେଶ ବିଷୋୟୀ, ବାପୁନି ସାହୁ, ଶ୍ରୀକାନ୍ତ ରେଡ୍ଡୀ, ଗଣେଶ ମହାପାତ୍ର, ପ୍ରଦୀପ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।