
ଚୌଦ୍ୱାର (ଶିବବ୍ରତ ଦାସ )- ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ବିଶ୍ୱନାହାକାଣୀ ସ୍ଥିତ ପ୍ରମୋଦ ଉଦ୍ୟାନ ଠାରେ ଟାଙ୍ଗୀ ଚୌଦ୍ୱାର ବ୍ଲକ କଂଗ୍ରେସ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ପିସିସି ତରଫରୁ ନୂତନ ଭାବେ ଚୟନ ହୋଇଥିବା ବ୍ଲକ ର ସଭାପତି ଶ୍ରୀ ଆଶୁତୋଷ ବରାଳ ଙ୍କୁ କଂଗ୍ରେସ ଦଳ ପକ୍ଷ ରୁ ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଶ୍ରୀ ପ୍ରଦୀପ୍ତ ଦାସ ଶ୍ରୀ ବରାଳ ଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ତାଙ୍କ ନେତୃତ୍ୱରେ ଆଗାମୀ ପଂଚାୟତ ନିର୍ବାଚନ ରେ ଦଳ ଭଲ ପ୍ରଦର୍ଶନ କରିବା ସହିତ ବ୍ଲକ ରେ ହେଉଥିବା ବିଭିନ୍ନ ଦୁର୍ନୀତି କୁ କିପରି ଭାବେ ରୋକ ଲଗାଯାଇପାରିବ ତାହା ମତ ବ୍ୟକ୍ତ କରିଥିଲେ l ଏଥି ସହିତ କଟକ କଂଗ୍ରେସ ର ଏକଜିକ୍ୟୁଟିଭ ମେମ୍ବର ଶ୍ରୀମତୀ ନୀଳିମା ତ୍ରିପାଠୀ ନୂତନ ଭାବେ ହୋଇଥିବା ବ୍ଲକ ସଭାପତି ଙ୍କୁ ଅଭିନନ୍ଦନ ଜଣାଇବା ସହିତ କଂଗ୍ରେସ ପ୍ରତି ପଂଚାୟତ ରେ ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା କୁ କିପରି ଭାବେ ସମାଧାନ କରାଯିବ ଏବଂ ଆଗାମୀ ନିର୍ବାଚନ ରେ ଶ୍ରୀ ବରାଳ ଙ୍କ ନେତୃତ୍ୱ ରେ ଦଳ କିପରି ଭାବେ ଭଲ ପ୍ରଦର୍ଶନ କରିବ ତାହା ଗଣ ମାଧ୍ୟମରେ ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ ସ୍ୱାଇଁ,ଚିତ୍ତ ରଞ୍ଜନ ବେହେରା, ଅମୁଲ୍ୟ ମାଝୀ, ବଳରାମ ତାରାଇ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ l