ଶ୍ରୀ ଶ୍ରୀ ଇନ୍ଦ୍ରାଣୀ ଦେବୀ ରାମଲୀଳା ସମିତି ୨୨ ତମ ରାମଲୀଳା ଉଦ୍‌ଯାପିତ

ଚୌଦ୍ଵାର (ଶିବବ୍ରତ ଦାସ ) : ଚୌଦ୍ଵାର ସହରର ପ୍ରାଚୀନ ଶ୍ରୀ ଶ୍ରୀ ଇନ୍ଦ୍ରାଣୀ ଦେବି ରାମଲୀଳା ସମିତି ତାର ରାମ ନବମୀଠାରୁ ଆରମ୍ଭ ହୋଇଥ‌ିବା ରାମଲୀଳା ମଙ୍ଗଳ ବାର ରାତିରେ ରାବଣ ବଧ ଓ ବୁଧବାର ସକାଳେ ହଳଦୀ ଖେଳ ସହିତ ଉଦ୍‌ଯାପିତ ହୋଇଯାଇଛି। ରାମଲୀଳା ସମିତି ପକ୍ଷରୁ ପ୍ରଥମ ରାତ୍ରିରେ ସୀତା ବିବାହ, ଦ୍ୱିତୀୟ ରାତ୍ରିରେ ରାମ ବନବାସ ଓ ତୃତୀୟ ରାତ୍ରିରେ ସୀତା ଚୋରୀ, ଚତୁର୍ଥ ରାତ୍ରିରେ ସୀତା ଠାବ ଏବଂ ଶେଷ ରାତ୍ରିରେ ରାବଣ ବଧ ସହିତ ରାମଲୀଳା ଶେଷ ହୋଇଥିଲା. ଇନ୍ଦ୍ରାଣୀ ଦେଵୀ ରାମଲୀଳା ପ୍ରଚାର ସମିତି ପକ୍ଷରୁ ପ୍ରତ୍ୟେକ ରାତ୍ରିରେ ବିଭିର୍ଣ୍ଣ ଅନୁଷ୍ଠାନର କଳାକାରଙ୍କୁ ମାନପତ୍ର ଦେଇ ସଂମ୍ମାନିତ କରିବା ସହିତ ଜିଲ୍ଲାର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସଂମ୍ମାନିତ କରାଯାଇଥିଲା. ଏହି ଅବସରରେ ସମିତି ତରଫରୁ ଏକ ପୁସ୍ତିକା “ବିଶ୍ୱାସ” ଉନ୍ନ୍ମୋଚିତ ହୋଇଥିଲା.ସମସ୍ତ କାର୍ଯ୍ୟକ୍ରମ ପରେ ବୁଧବାର ଦିନ ପାରମ୍ପରିକ ହଳଦୀ ଖେଳ ସମ୍ପୂର୍ଣ ହେବାପରେ ସମିତିର ସଭାପତି ଅଭିମନ୍ୟୁ ନାୟକ ଆଗାମୀ ପବିତ୍ର ଅଖି ତୃତୀୟା ଅବସରରେ ସ୍ଥାନୀୟ ମାଙ୍କ ମନ୍ଦିରରେ ପ୍ରାୟତଃ ତିନି ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ. ଏହି ସମ୍ପୂର୍ଣ କାର୍ଯ୍ୟକ୍ରମଟି ଉପସଭାପତି, ସମ୍ପାଦକ, କୋଷାଧକ୍ଷ ଓ ସମିତିର ସମସ୍ତ କର୍ମକର୍ତା ଓ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ସୁଚାରୁରୂପେ ପାଳିତ ହୋଇଥିଲା।