ସିନାପାଲିରେ ଗୃହ ତାଲିକା ଓ ଗୃହ ଗଣନା ଆରମ୍ଭ

ସିନାପାଲି, ୧୮।୪ (ପରମେଶ୍ୱର ମେହେର ) : ସ୍ଵୟଂଗଣନ ପ୍ରକ୍ରିୟା ଶେଷ ହେବା ପରେ ଜନଗଣନା ୨୦୨୭ ର ପ୍ରଥମ ପର୍ଯ୍ୟାୟ ଅନୁଯାୟୀ ଗୃହ ତାଲିକା ଓ ଗୃହ ଗଣନା କାର୍ଯ୍ୟ ସିନାପାଲି ବ୍ଲକ ଅଂଚଳରେ ଆରମ୍ଭ ହୋଇଯାଇଛି । ବ୍ଲକ ଇନାଚାର୍ଜ ଅଫିସର ସି ନାପାଲି ତହସିଲଦାରଙ୍କ ତତ୍ବାବଧାନରେ ମୋଟ ୨୦୪ ଜଣ ଗଣନାକାରୀ ଓ ୩୪ ଜଣ ପର୍ଯ୍ୟବେକ୍ଷକ ଏହି ରାଷ୍ଟ୍ର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଆପତ୍ତକାଲିନ ସୁବିଧା ପାଇଁ ପ୍ରାୟ ୧୦ ପ୍ରତିଶତ କର୍ମଚାରୀ ରିଜର୍ଭରହିଥ‌ିବା ଜଣାପଡିଛି । ଗଣନାକାରୀ ମାନେ ନିଜ ନିଜ କ୍ଷେତ୍ର ଅନ୍ତର୍ଗତ ଘରଘର ବୁଲି ପ୍ରଥମେ ଜନଗଣନା ଘର ଚିହ୍ନଟ କରୁଛନ୍ତି । ଏହା ପରେ ନିର୍ଦ୍ଧାରିତ ପ୍ରାୟ ୩୩ ଟି ପ୍ରଶ୍ନ ମାଧ୍ୟମରେ ପ୍ରତି ପରିବାରର ବିବରଣୀ ସଂଗ୍ରହ କରିବେ ବୋଲି ଜଣାପଡିଛି । ଦେଶର ଜନଗଣନାର ଏହି ମହାନ ଓ ଜରୁରୀ କାର୍ଯ୍ୟରେ ସମସ୍ତେ ସହଯୋଗ କରିବାର ଆବଶ୍ୟକତା ରହିଛି ।