
ବୁଗୁଡ଼ା,୧୮/୦୪(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ବିଦାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ବିନୋଦ କୁମାର କର, ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ, ଡ.ପ୍ରଦୀପ କୁମାର ଦାଶ, ଅଧ୍ୟାପକ ଦିନେଶ ଚୌଧୁରୀ, କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ସାଙ୍ଗକୁ ବିଦାୟୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ। ଏ ଅବସରରେ ଶେଷ ବର୍ଷର ବିଦାୟୀ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଧ୍ଯୟନ କାଳର ସ୍ମୃତି ଓ ଅନୁଭୂତିକୁ ବ୍ଯକ୍ତ କରିଥିଲେ ଏବଂ ସେମାନଙ୍କୁ ବିଭାଗ ପକ୍ଷରୁ ଉପହାର ପ୍ରଦାନ କରିଯାଇଥିଲା । ପରିଶେଷରେ ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।