ପାନୀୟ ଜଳ ସମସ୍ୟା ଗ୍ରାଉଣ୍ଡ ଜିରୋରୁ ପରକ୍ଷିଲେ ବିଡିଓ

ସିନାପାଲି, ୨୭/୪ (ପରମେଶ୍ୱର ମେହେର ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକରେ ପ୍ରଚଣ୍ଡ ଖରା ପରିସ୍ଥିତି ମଧ୍ୟରେ ପାନୀୟ ଜଳ ସମସ୍ୟାକୁ ନିଜେ ଅନୁଭବ କରିବା ପାଇଁ ବିଡ଼ିଓ କାର୍ମି ଓରାମ ସିନାପାଲି ପଞ୍ଚାୟତର ବାହାଲପଡା ଗ୍ରାମରେ ଘରେ ଘରେ ପହଞ୍ଚିଲୋକମାନଙ୍କ ସହ ଆଲୋଚନା କରିଥିଲେ। ଅଞ୍ଚଳରେ ବଢୁଥିବା ତାପମାତ୍ରା ଓ ଜଳାଭାବ ଯୋଗୁଁ ଗ୍ରାମବାସୀ ମାନେ ପାନୀୟ ଜଳ ପାଇଁ କଷ୍ଟ ରୋଗୁଥିବା ବେଳେ, ବିଡ଼ିଓ, ପଞ୍ଚାୟତ ସମିତି ଉପାଧ୍ଯକ ମୀନା ଘିଭେଳା,ଳେଇ ଲକ୍ଷ୍ମୀକାନ୍ତ ବାଗ, ସ୍ଥାନୀୟ ସରପଞ୍ଚ ସୁନିତାମେହେର ଓ ସମିତି ମନୀଷ ପଟେଲ ସଭ୍ୟ ଉପସ୍ଥିତ ରହି ନିଜେ ସୁଳ ପରିଦର୍ଶନ କରି ସମସ୍ୟାର ନିକଟ ଅନୁଧ୍ୟାନ କରିଥିଲେ ଓ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ବିଶେଷ କଥା ହେଉଛି, ବିଡ଼ିଓ କାର୍ମି ଓରାମ ସିନାପାଲିରେ ଯୋଗଦାନ କରିବା ଦିନଠାରୁ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ସକ୍ରିୟ ଭାବେ କାମ କରୁଛନ୍ତି । ସେ ସଦା ସର୍ବଦା ଲୋକମାନଙ୍କ ସହ ଜଡିତ ରହି ତାଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଉଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ବିଶ୍ଵାସ ଜଗାଇପାରିଛନ୍ତି । ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ପୂର୍ବରୁ ଅନେକ ସମସ୍ୟା ଅନୁଦିଷ୍ଟ ରହୁଥିଲେ ମଧ୍ୟ, ବର୍ତ୍ତମାନ ବିଡ଼ିଓଙ୍କ ସକ୍ରିୟ ପଦକ୍ଷେପରେ ସେଗୁଡିକର ସମାଧାନ ହେଉଛି। ତାଙ୍କର ଏହି ଲୋକମୁଖୀ ପ୍ରୟାସକୁ ସମସ୍ତେ ସ୍ଵାଗତ କରିଥିବା ବେଳେ, ଆଗାମୀଦିନରେ ଏହି ଧାରା ଜାରି ରହିବ ବୋଲି ଆଶା ପ୍ରକାଶ କରିଛନ୍ତି ।