ମୋରମ ବୋଝେଇ ହାଇୱା ଦୁର୍ଘଟଣା; ଡ୍ରାଇଭର ଫେରାର, ଗାଡ଼ିକୁ ଜବତ କଲା ଚୌଦ୍ଵାର ପୋଲିସ

ଚୌଦ୍ଵାର (ଶିବବ୍ରତ ଦାସ ): ଗତକାଲି ବିଳମ୍ବିତ ରାତିରେ ଚୌଦ୍ଵାର ମଣ୍ଡାପଡା ମୁଖ୍ୟରାସ୍ତା ପୋଟଳେଇ ମନ୍ଦିର ନିକଟରେ ଏକ ହାଇୱା ଯାହାର ନମ୍ବର (ଓଡ଼ି ୦୫ ଏସ ୧୩୬୪) ମୋରମ ଚୋରା ଚାଲାଣ ବେଳେ ଦୁର୍ଘଟଣା ଘଟାଇଛି। ଡ୍ରାଇଭର ଜଣକ ମଦ୍ୟ ପାନ କରି ନିଶାଗ୍ରସ୍ତ ହୋଇ ଏକ ବିରାଟ କାୟ ଗଛରେ ପିଟିଥିଲେ। ଭଗ୍ୟବଶତ ଚାଳକ ଜଣକ ଅଳ୍ପକେ ବର୍ତ୍ତିଯାଇଥିଲେ। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ରହିଥିବା ବେଳେ ଚୌଦ୍ଵାର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟା ରୁ ଉର୍ଦ୍ଧ ଅକ୍ଲାନ୍ତ ପରିଶ୍ରମ ପରେ ରାସ୍ତା ଅବରୋଧ ହଟିଥିଲା। ପରେ ଚୌଦ୍ଵାର ପୋଲିସ ଉକ୍ତ ମୋରମ ବୋଝେଇ ହାଇୱା କୁ ଜବତ କରି ଥାନାକୁ ଆଣିଥିଲା। ବାରମ୍ବାର ଏହି ଗାଡ଼ି ମାଲିକ ମାଟି ମୋରମ ଓ କୋଇଲା ଛାଇ ଚୋରି ରେ ଲିପ୍ତ ରହୁଥିବା ନଜର ରହିଛି। ବିଳମ୍ବିତ ରାତିରେ ପ୍ରଶାସନକୁ ଆଖି ଠାର ମାରି ସ୍ଥାନୀୟ ଅଞ୍ଚଳ ସମେତ ଦୂରଦୂରାନ୍ତକୁ ମାଟି ମୋରମ ଚାଲାଣ କରାଯାଉଛି। ଏହି ଚୋରା ଚାଲାଣ ପଛରେ ରହିଛି ଏକ ବଡ ରାକେଟ। ରାତିରେ ବୁଲିବେ ଏବଂ ଚୋରା ଚାଲାଣ କରିବେ। ଏଭଳି ଚୋରା କାରବାର ଉପରେ ପ୍ରଶାସନ ଦୃଷ୍ଟି ନଦେଲେ ଆଗକୁ ପରିସ୍ଥିତି ଉଗ୍ରରୂପ ନେବ ବୋଲି ଅନୁମାନ କରାଯାଉଛି। ବାରମ୍ବାର ଚୋରି କାର୍ଯ୍ୟରେ ଲିପ୍ତ ରହୁଥିବା ଗାଡ଼ିକୁ ମାତ୍ର କିଛି ଜୋରିମାନାରେ ବାହାର କରୁଥିବାରୁ ଉକ୍ତ ଗାଡ଼ି ମାଲିକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।