ଚାଙ୍ଗୁଡ଼ିଆରେ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଚୌଦ୍ଵାର (ଶିବବ୍ରତ ଦାସ) : ବାଣୀପଦା ପଂଚାୟତ ବନିପଦା ମହାବୀର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। କ୍ଳବ୍ ର ସଭାପତି ପ୍ରକାଶ ରାଜ ଓ ଉପଦେଷ୍ଟା ତିର୍ଥାନନ୍ଦ ସୁବୁଦ୍ଧିରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ,ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଦିଲ୍ଲୀପ ଭୋଇ,ଲକ୍ଷ୍ମଣ ରାଉତ, ସୁରେନ୍ଦ୍ର ସାମଲ ଓ ବିଜୟ ବର୍ଦ୍ଧନ ଯୋଗଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଆଖପାଖ ଅଞ୍ଚଳର ୧୨ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଗୁରୁଡ଼ିଝାଟିଆ ଓ କପାଲେଶ୍ୱର୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁଡ଼ିଝାଟିଆ ଚମ୍ପିୟାନ୍ ହୋଇଛି। ଅତିଥି ମାନଙ୍କଦ୍ୱାରା ଉଭୟ ଚମ୍ପିୟାନ୍ ଓ ରନର୍ସ ଅପ ଟିମଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ କୁ କ୍ଳବ୍ ସଦସ୍ୟ ରାକେଶ ହୋତା,କାଳନ୍ଦୀ ମୁଦୁଲି,ମାନସ ବେଉରା,ଉଲ୍ଲାସ ବେଉରା,ସାଗର ବେଉରା,ସୁଶୀଲ ବେଉରା,ସଞ୍ଜୀବ ଖିଲାର,ଅଭିଜିତ୍ ନାୟକ,ବାଦଲ ସ୍ୱାଇଁ,ଚିନ୍ମୟ ସ୍ୱାଇଁ,ରଜତ ବେଉରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।