ଭଞ୍ଜନଗରରେ ପେଟ୍ରୋଲ ଓ ଡିଜେଲ ଅଭାବ, ଗ୍ରାହକ ହନ୍ତସନ୍ତ

ଭଞ୍ଜନଗର -୧୫/୦୫ : (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆଜକୁ କିଛି ଦିନ ହେଲା ଭଞ୍ଜନଗର ସହରରେ ଡିଜେଲ, ପେଟ୍ରୋଲ ର ଗୁରୁତର ଅଭାବ ସୃଷ୍ଟି ହୋଇଛି। ଭଞ୍ଜନଗର ଅଞ୍ଚଳରେ ୫ଗୋଟି ପେଟ୍ରୋଲ ଟାଙ୍କି ଥିବାବେଳେ ସେଥିରୁ ୩ଗୋଟି ଟାଙ୍କି ସମ୍ପୂର୍ଣ ଭାବେ ବନ୍ଦ ରହିଛି। ଅନ୍ୟ ଦୁଇଟି ଟାଙ୍କିରେ ମଧ୍ୟ କମ ତେଲ ଥିବାରୁ ବାଇକ ପାଇଁ ୨୦୦ ଓ କାର ପାଇଁ ୫୦୦ ଟଙ୍କାର ପେଟ୍ରୋଲ ଦେବାର ସୀମିତ ରଖାଯାଇଛି। ବଡ ଗାଡି ପାଇଁ ଡିଜେଲ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦେଉଥିବାର ଜଣାପଡିଛି। ପେଟ୍ରୋଲ ପମ୍ପ ନିକଟରେ ଲମ୍ବା ଲାଇନ ଲାଗିଥିବା ବେଳେ ବରିଷ୍ଠ ବ୍ୟକ୍ତି ମାନେ ଲାଇନରେ ଜଗି ଅଣନିଶ୍ୱାସୀ ହୋଇପଡୁଛନ୍ତି। ଆଗାମୀ ଦିନରେ ଏଭଳି ଅବସ୍ଥା ସୃଷ୍ଟି ହେଲେ ଗମନାଗମନ ପ୍ରଭାବିତ ହେବାର ଦେଖାଦେବ ଓ ଜନସାଧାରଣ ନାହିଁ ନଥିବାର ଅବସ୍ଥା ଭୋଗ କରିବେ।