ଚୌଦ୍ୱାର ପୋଲିସ ଗିରଫ କଲା ଛ ଲୁଟେରାଙ୍କୁ

ଚୌଦ୍ୱାର (ଶିବବ୍ରତ ଦାସ )ଗତ 11.05.2026 ତାରିଖରେ ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଥିଲାକି ଚିକିତ୍ସା ପାଇଁ ରେଜିଷ୍ଟ୍ରେସନ୍ ନଂ. OD-14V-5050 ଗାଡିରେ ବଣାଇରୁ ଭୁବନେଶ୍ୱରକୁ ଯାଉଥିଲେ। ଚୌଦ୍ୱାର ମୁଣ୍ଡମାଳ ରେଳ ଗେଟ୍ ନିକଟରେ ଗୋଟିଏ ଆଲ୍ଟୋ କାରରେ ଯାଉଥିବା କିଛି ଅଜଣା ବ୍ୟକ୍ତି ତାଙ୍କ ଗାଡ଼ିକୁ ଅଟକାଇବା ସହିତ ଯାତ୍ରୀମାନଙ୍କୁ ଆକ୍ରମଣ କରିବା ସହିତ ଗାଡ଼ିକୁ କ୍ଷତିଗ୍ରସ୍ତ କରିଥିଲେ ଏବଂ ଚିକିତ୍ସା ଖର୍ଚ୍ଚ ପାଇଁ ରଖାଯାଇଥିବା ଟଙ୍କା 65,000/- ଜବରଦସ୍ତି ଛିନତାଇ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଅଭିଯୋଗ ଆଧାରରେ ଉପରୋକ୍ତ ମାମଲାଟି ଚୌଦ୍ୱାର ଥାନାରେ ରୁଜୁ କରାଯାଇଥିଲା ଏବଂ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିଲା। ଡିସିପି, କଟକଙ୍କ ନିର୍ଦ୍ଦେଶନାୟ, ଚୌଦ୍ୱାର ଥାନାର ଆଇଆଇସିଙ୍କ ନେତୃତ୍ୱରେ ଏହି ମାମଲାର ତଦନ୍ତ ଓ ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ଚୌଦ୍ୱାର ଥାନାର ଏକ ବିଶେଷ ଦଳ ଗଠନ କରା ଯାଇଥିଲା। ତଦନ୍ତ କାଳୀନ ସମୟରେ ପୁଲିସ ଦଳ ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ସତ୍ୟନିଷ୍ଠ ପ୍ରୟାସ କରିଥିଲେ। ଉପଲବ୍ଧ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ସିସିଟିଭି ଫୁଟେଜ ସଂଗ୍ରହ କରାଯାଇ ସବିଶେଷ ଯାଞ୍ଚ କରାଯାଇଥିଲା ଏବଂ ଅପରାଧୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା ଯାହାର ଆଧାରରେ ସନ୍ଦେହ ଭାଜନମାନଙ୍କୁ ଚୟନ କରାଯାଇଥିଲା। ପରବର୍ତ୍ତୀ କାଳରେ ସନ୍ଦେହଭାଜନ ଅପରାଧୀମାନଙ୍କର ଶାରୀରିକ ଗଠନର ବିସ୍ତୃତ ବିଶ୍ଳେଷଣ, ଘଟଣାସ୍ଥଳର ସିସିଟିଭି ଫୁଟେଜ ଯାଞ୍ଚ ଏବଂ ସ୍ଥାନୀୟ ଗୁପ୍ତ ସୂଚନା ସଂଗ୍ରହ ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିଲା। ପୁଲିସ ଦଳର ନିରନ୍ତର ଏବଂ ସତ୍ୟନିଷ୍ଠ ପ୍ରୟାସର ପରିଣାମସ୍ୱରୂପ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଚଢ଼ାଉ ସମୟରେ, ସେମାନଙ୍କ ନିକଟରୁ ଟଙ୍କା 11,900/- ଏବଂ ଗୋଟିଏ ବଡ଼ ଛୁରୀ ଜବତ କରାଯାଇଥିଲା।
ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କର ନାମ ଓ ଠିକଣା:-
ନିଜାମୁଦ୍ଦିନ ଖାନ (40), ପିତା- ସମସୁଦ୍ଦିନ ଖାନ, ଗ୍ରାମ- କାଜୁ ବଜାର, ହାତି ଖାନ, ଏସ୍‌କେ ଆମିରୁଦ୍ଦିନ @ ଆମିର (18), ପିତା- ଏସ୍‌କେ ଲିଆକୁଦ୍ଦିନ, ଗ୍ରାମ- ପଦ୍ମପୁର, ମୁତାରିଫା, କବିରୁଦ୍ଦିନ @ କବିର (27), ପିତା- ଏସ୍‌କେ ଅଫସାରୁଦ୍ଦିନ, ଗ୍ରାମ- ପଦ୍ମପୁର, ଉର୍ଦ୍ଦୁ ବଜାର,
ଏସ୍‌କେ ଜୋରୁଦ୍ଦିନ @ ରସନ (20), ପିତା- ଏସ୍‌କେ ଅନୁସାଉଦ୍ଦିନ, ଗ୍ରାମ- ପଦ୍ମପୁର, କୋଠାବଡ଼ସାହି, ଏସ୍‌କେ ଜବାରୁଦ୍ଦିନ @ ପାପୁ (19), ପିତା- ଏସ୍‌କେ ଇବ୍ବାରାଦ୍ଦିନ, ଗ୍ରାମ- ପଦ୍ମପୁର, ଉର୍ଦ୍ଦୁବଜାର, ଏସ୍‌କେ ସାମସୁଦ୍ଦିନ @ ମୁନା (29), ପିତା- ଏସ୍‌କେ ଅଫସାରୁଦ୍ଦିନ, ଗ୍ରାମ- ପଦ୍ମପୁର, ଉର୍ଦ୍ଦୁବଜାର.