
ଭଞ୍ଜନଗର, ତା: ୨୬/୦୫, (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ଭଞ୍ଜନଗର ଉପଖଣ୍ଡରେ ସମସ୍ତ ବୁଥ୍ ଲେଭେଲ ଅଫିସର୍ ଏବଂ BLO supervisor ଙ୍କ ପାଇଁ “ସ୍ୱତନ୍ତ୍ର ସଘନ ସଂଶୋଧନ” ବିଷୟରେ, ତାଲିମ କାର୍ଯ୍ୟକ୍ରମ ଦ୍ୱିତୀୟ ଦିନ ରେ ଭଞ୍ଜନଗର ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ୍ୟ ଠାରେ ଅନୁଷ୍ଠିତ
ହୋଇଛି। ERO ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ ରେ ମୋଟ ୭୧ ଜଣ BLO ଏବଂ ୭ଜଣ BLO supervisor ଯୋଗଦେଇ ପୂର୍ବ ପରି ବିଭିନ୍ନ ପ୍ରକ୍ରିୟା ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ତାଲିମ ରେ SIR ପ୍ରକ୍ରିୟାର ଲକ୍ଷ୍ୟ, ଘରୋଇ ସଂଶୋଧନ, ଫର୍ମ ଫିଲପ୍, ଅଯୋଗ୍ୟ ମତଦାତା ଙ୍କ ନାମ ଅପସାରଣ, ନୂତନ ମତଦାତାଙ୍କ ସଂଯୋଜନ, ସମୟସୀମା ଏବଂ ବିଚାର‑ବିମର୍ଶ ପ୍ରକ୍ରିୟା ସମ୍ବନ୍ଧରେ ବିଶଦ ବ୍ୟାଖ୍ୟା କରାଯାଇଥିଲା। BLO ଏବଂ BLO supervisor ମଧ୍ୟ ପ୍ରଶିକ୍ଷଣ ପରେ ପ୍ରଶ୍ନୋତ୍ତର ଏବଂ ପ୍ର୍ୟାକ୍ଟିକାଲ୍ ମାଧ୍ୟମରେ ତାଲିମର ସ୍ପଷ୍ଟତା ପ୍ରାପ୍ତ କରିଥିଲେ।
ଉପଜିଲ୍ଲାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ଯେ, ECI ନିର୍ଦ୍ଦେଶାବଳୀ ସର୍ବଦା ଅବଲମ୍ବନ କରିବା ଜରୁରୀ ଓ ସମସ୍ତେ ତୀବ୍ର ଗ୍ରୀଷ୍ମ ଜନିତ ସମସ୍ୟା ଦୂରକରିବାରେ ସତର୍କ ରହିବେ। ବୁଥକୁ ଆସୁଥିବା ସମସ୍ତ ମତଦାତା ଙ୍କ ର ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ଜରୁରୀ ବୋଲି ପ୍ରକାଶ କରାଯାଇଛି । SIR ର ବିଭିନ୍ନ ଭିଡିଓ କ୍ଲିପ୍ ଜରିଆରେ ମଧ୍ୟ ତାଲିମ ଦିଆଯାଇଛି । ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀମତୀ ଭାରତୀ ଦେବୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ,ABDO ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।
ତାଲିମ କାର୍ଯ୍ୟକ୍ରମ ଭଞ୍ଜନଗର ଉପଖଣ୍ଡର ଜଗନ୍ନାଥ ପ୍ରସାଦ ବ୍ଲକ ଓ ବେଲଗୁଣ୍ଠ। ବ୍ଲକରେ ମଧ୍ୟ ପର୍ଯ୍ୟାୟ କ୍ରମେ ଆୟୋଜନ ହୋଇଯାଇଅଛି। ଜଗନ୍ନାଥପ୍ରସାଦ ବ୍ଲକ “ସ୍ୱତନ୍ତ୍ର ସଘନ ସଂଶୋଧନ” ତାଲିମ କାର୍ଯ୍ୟକ୍ରମରେ ERO ତଥା ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, AERO ତଥା ଜଗନ୍ନାଥ ପ୍ରସାଦ ତହସିଲଦାର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ୭୫ ଜଣ BLO , BLO supervisor କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠ। ବ୍ଲକ “ସ୍ୱତନ୍ତ୍ର ସଘନ ସଂଶୋଧନ” ତାଲିମ କାର୍ଯ୍ୟକ୍ରମ ରେ AERO ତଥା ତହସିଲଦାର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ୯୫ ଜଣ ଜଣ BLO ଓ BLO supervisor କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ