କୁଲାଡ଼ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ରଥ ତିଆରି

ଭଞ୍ଜନଗର :୨୬/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଆସନ୍ତା ଜୁଲାଇ ୧୬ରେ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ପ୍ରସିଦ୍ଧ ଭଞ୍ଜ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ କୁଲାଡ଼ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଘୋଷଯାତ୍ରା ମହା ଆଡମ୍ବରରେ ପାଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତହସିଲଦାର ଅଭିପ୍ସା ପଟନାୟକ ଙ୍କ ତତ୍ୱାବଧାନରେ ଯାତ୍ରା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଆଜି ତିନି ଠାକୁର ବିଜେ କରୁଥିବା ରଥର ସ୍ଥିତି ସମୀକ୍ଷା କରିଥିଲେ ଅତିରିକ୍ତ ତହସିଲଦାର ଅବିନାଶ ମାହାର। ରଥର ମୁଖ୍ୟ କାରିଗର ତ୍ରିନାଥ ମହାରଣାଙ୍କ ସହ ଆଲୋଚନା କରି ଆବଶ୍ୟକୀୟ କାଠ ଏବଂ ଉପକରଣ ଯୋଗାଇଦେବାପାଇଁ ରାଜସ୍ବ ନିରୀକ୍ଷକ ଭଗବାନ ବେହେରା ଙ୍କୁ ନିର୍ଦେଶ ଦେଇଛନ୍ତି। ଉତ୍ତର ଘୁମୁସର ବନଖଣ୍ଡରୁ ଆବଶ୍ୟକଥିବା କାଠ ଅଣାଯିବ ଏଥିସହ ଯାତ୍ରା ନିମନ୍ତେ ଖର୍ଚ ହେବାକୁ ଥିବା ଟଙ୍କା କେଁଉ ମାଧ୍ୟମରେ ଆସିବ ସେବିଷୟ ମଧ୍ୟ ଆଲୋଚନା ହୋଇଥିଲା। ଆସନ୍ତା ଜୁନ ୨୯ଦେବସ୍ନାନ ପୁର୍ଣିମା ରହିଥିବା କାରଣରୁ ଉକ୍ତ ସମ୍ବଧ୍ୟ ଆଲୋଚନା ପୂଜକଙ୍କ ସହ ହୋଇଥିଲା। ପୂଜାର୍ଚନା ସମୟରେ ପୂଜକମାନଙ୍କ ମଧ୍ୟରେ କିଭଳି ଝଗଡା ନହେବ ସେଥିପ୍ରତି ଆଲୋକପାତ କରିଥିଲେ।ଏହିସମୟରେ ରାଜସ୍ବ ନିରୀକ୍ଷକ ଭଗବାନ ବେହେରା, ଫରେଷ୍ଟର ଶରତ ଚନ୍ଦ୍ର ମହାନ୍ତି,ମନ୍ଦିର ପରିଚାଳନା କମିଟିର ସଞ୍ଜୟ ପ୍ରଧାନ, ବ୍ରହ୍ମାନନ୍ଦ ଦାସ, ବିଭୂପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।