ଆସିକାରେ ନୂତନ ଏସଡିପିଓ ସୌରଭ ରଞ୍ଜନ ଙ୍କ ଯୋଗଦାନ

ଆସିକା :-୨୭/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ପୋଲିସ ଜିଲ୍ଲା ର ଅତି ପରିଚିତ ଆସିକା ଉପଖଣ୍ଡ ଆରକ୍ଷୀ କାର୍ଯ୍ୟାଳୟ ରେ ନୂତନ ଭାବେ ଜଣେ ଦକ୍ଷ, ଯୁବ ଓ ପି ଏସ ଅଧିକାରୀ ସୌରଭ ରଞ୍ଜନ ପ୍ରଧାନ କାର୍ଯ୍ୟରେ ଯୋଗ ଦେଇଛନ୍ତି l ଆଜି ଆସିକା କାର୍ଯ୍ୟାଳୟ ରେ ପହଂଚି ପୂର୍ବାହ୍ନ ସମୟରେ ଆସିକା ର ଗଣ ମାଧ୍ୟମ ପ୍ରତିନିଧି ଙ୍କ ସାକ୍ଷାତ କରି ସହଯୋଗର ହାତ ବଢାଇବା କୁ କହିଥିଲେ l ସେ ଦେଓଗଡ଼ ଅଂଚଳ ରୁ ପାଠ ପଢା ଶେଷ କରି ଓ ପି ଏସ ପରୀକ୍ଷା ଦେଇ ଉତୀର୍ଣ୍ଣ ହୋଇ ଆସିକା ଭଳି ସହରରେ ସେବା କରିବାରେ ସୁଯୋଗ ପାଇଛନ୍ତି l ଆସିକା ଏସ ଡି ପି ଓ ଅଧୀନରେ ଥିବା ହିଞ୍ଜିଳି କାଟୁ, ବେଲଗାଁ, ଧରାକୋଟ, ସୋରଡ଼ା, ବଡ଼ଗଡ଼, ଶେରଗଡ଼, ଆସିକା, କୋଟିନଡା, ଥାନା ଇଲାକା ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ଲୋକ ମାନଙ୍କ ଧନ ଜୀବନ କୁ ସୁରକ୍ଷା ପ୍ରଦାନ କରିବା, ଅଂଚଳ ର ଜନ ସାଧାରଣ ଏବଂ ପୋଲିସ ସହ ସୁ ସମ୍ପର୍କ ସ୍ଥାପନ, ପୋଲିସ ଉପରେ ବିଶ୍ୱାସ ରଖିବା, ମହିଳା, ଶିଶୁ ଏବଂ ବୟୋଜ୍ୟେଷ୍ଠ ମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ l