ନୂଆପଡ଼ାରେ ପ୍ରଥମ ସି ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ ।

ନୂଆପଡ଼ା (ପରମେଶ୍ୱର ମେହେର): ଆଜି ନୂଆପଡ଼ା ସ୍ଥିତ ମିନି ଷ୍ଟାଡିୟମ ପ୍ରାଙ୍ଗଣରେ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ସି ଏମ ଟ୍ରଫି ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି । ଆଜି ପ୍ରାତଃ ୮ ଘଣ୍ଟା ସମୟରେ ଏକ ବର୍ଷାଜ୍ୟ ପରିବେଶରେ ଓଡ଼ିଶା ସରକାର, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ତଥା ଓଡ଼ିଶା ଫୁଟବଲ ଏସୋଶିୟେଶନ ତଥା ଜିଲ୍ଲା ପ୍ରଶାସନ ନୂଆପଡାଙ୍କ ମିଳିତ ଉଦ୍ୟମ ଓ ସହ‌ଯୋଗରେ ନୂଆପଡ଼ାରେ ଦ୍ଵିତୀୟ ସି ଏମ ଟ୍ରଫି ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି I ଆଜିକାର ଉଦ୍ଘାଟନୀ ଉତ୍ସବରେ, ଶ୍ରୀ ଶିବ ପ୍ରସାଦ ସ୍ୱାଇଁ, ଡି ଆର ସି ଏସ, ନୂଆପଡ଼ା, ଶ୍ରୀଯୁକ୍ତ ସରୋଜ କୁମାର ସାହୁ, ଜିଲ୍ଲା ଫୁଟବଲ ସଂଘର ସାଧାରଣ ସମ୍ପାଦକ, , ଶ୍ରୀ ଅନିଲ କୁମାର ଲେଙ୍କା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ I ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଢାଇ ଅତିଥ୍ ମାନଙ୍କ ପରିଚୟ ପ୍ରଦାନ ପୂର୍ବକ ଏହି ସି ଏମ ଶ୍ରୀ ଟ୍ରଫି’ କ୍ରୀଡାର ଉଦେଶ୍ୟ ବିଷୟରେ ସମସ୍ତଙ୍କୁ ଜଣେଇଥିଲେ। ଆଗାମୀ ଜୁନ ପ୍ରଥମ ସପ୍ତାହରେ ହେବାକୁ ଥିବା ଜୋନାଲ ଫୁଟବଲ ବ୍ଲୁମ୍ପିୟନଶିପ ନିମନ୍ତେ ନୂଆପଡା ଦଳ ଚୟନ ନିମନ୍ତେ ଏହି ବ୍ଲୁମ୍ପିୟନଶିପ ର ମୂଳ ଲକ୍ଷ । ନୂଆପଡ଼ା ଦଳ ଚୟନ କରାଯାଇ ଆଗାମୀ ଜୁନ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ସି ଏମ ଶ୍ରୀ ଟ୍ରଫି ଜୋନାଲ ଫୁଟବଲ ପ୍ରତିଯୋଗୀତା ରେ ନୂଆପଡ଼ା ଦଳ ଭାଗ ନେବ । ପଞ୍ଜୀକରଣ କରିଥିବା ସମସ୍ତ ଖେଳାଳୀ ଆସି ଖେଳପ୍ରାଙ୍ଗଣରେ ଉପସ୍ଥିତ ଥିବାରୁ ଖୁସି ବ୍ୟକ୍ତ କରିଥିଲେ I ଏଥ୍‌ନିମନ୍ତେ ସମସ୍ତ ଖେଳାଳୀଙ୍କୁ ଏବଂ ସେମାନଙ୍କ କୋଚ ତଥା ମେନେଜର ମାନଙ୍କୁ ସେ ଧନ୍ୟବାଦ ଜଣେଇଥିଲେ । ସମ୍ମାନିତ ଅତିଥ୍ ମାନେ ନିଜ ସମ୍ଭାଷଣରେ କହିଥିଲେ ଯେ ଆମେ କେବେ ନିଜକୁ ଦୁର୍ବଳ ଭବିବାନି , ବରଂ ଆମେ ସଦାବେଳେ ଉଛ ଆଶା ରଖ୍ କ୍ରୀଡାରେ ଉତ୍କୃଷ୍ଟତା ପ୍ରତିପାଦନ କରିବା ନିମନ୍ତେ ଚେଷ୍ଟା କରିବା ଆବଶ୍ୟକ । ଏହି ଜିଲ୍ଲା ର ଖେଳାଳୀ ରାଜ୍ୟ ତଥା ଜାତୀୟ ସ୍ତରରେ ନୂଆପଡ଼ାକୁ ପ୍ରତିନିଧ୍ଵ କରିଆସୁଛନ୍ତି । ଭଲିବଲ, କବାଡି, କୁସ୍ତି ଓ କ୍ରିକେଟ ଓ ଫୁଟବଲ ଖେଳରେ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ସୁନାମ ଆଣିଛନ୍ତି । ସେମାନଙ୍କ ପଥ ଅନୁସରଣ କରୁଥିବା ଆଜିକାର ଖେଳାଳୀ ଆଗକୁ ଅନେକ ସୁନାମ ତଥା ଜିଲ୍ଲା ପାଇଁ ଗୌରବ ଆଣିବେ ଏଥିରେ ସନ୍ଦେହ ନାହିଁ । ଅସହ୍ୟ ଗରମ ସତ୍ତ୍ୱେ ଆଜି ଯୋଉମାନେ ଏଠାରେ ଭାଗ ନେଉଛନ୍ତି ନିଶ୍ଚିତ ଭାବରେ ସେମାନେ ଶାରିରୀକ ସ୍ତରରେ ଶକ୍ତିଶାଳୀ ଏବଂ ଏହି ଖେଳାଳୀ ମାନେ ନିଜ ଦକ୍ଷତା ପ୍ରତିପାଦନ କରିବା ନିମନ୍ତେ ବଦ୍ଧପରିକର । । ଏହା ସେମାନେ ଓ ସେମାନଙ୍କ ଉପସ୍ଥିତିର ଜଣା ପଡୁଛି । ଖଳାଳୀଙ୍କ ଶାରିରୀକ ଗଠନ ଓ ସେମାନଙ୍କ ଶାରିରୀକ କ୍ଷମତା ଉଛକୋଟୀର, ଏହା ସେମାନେ ପ୍ରମାଣ କରିଛନ୍ତି। ଜିଲ୍ଲା କ୍ରୀଡା ଅକାରୀଙ୍କ ର ଏହି ବ୍ୟବସ୍ତା ଅତି ଉଛକୋଟୀର I ଖେଳାଳୀ ମାନେ ଅତ୍ୟନ୍ତ ଖୁସିରେ ସେମାନେ କ୍ରୀଡା ପ୍ରଦର୍ଶନ ନିମନ୍ତେ ଆଜି ଏଠି ଉପସ୍ଥିତ । ଏହି ପ୍ରତିଯୋଗିତାରେ ବାଳକ ବିଭାଗରେ ୭ ଗୋଟି ଦଳ ଓ ବାଳିକା ବିଭାଗରେ ୬ ଗୋଟି ଦଳ ଅନଲାଇନ ରେ ପଞ୍ଜୀକରଣ କରି ଆଜି ଏଠି ଉପସ୍ଥିତ ଅଛନ୍ତି ଏହି ସମସ୍ତଙ୍କୁ ସାଧୁବାଦ ଓ ଶୁଭେଚ୍ଛା । ଲିଗ ପ୍ରଣାଳୀରେ ଏହି ବ୍ଲୁମ୍ପିୟନଶିପ ଖେଳାଯିବା ନିମନ୍ତେ ଓଡ଼ିଶା ଫୁଟବଲ ଏସୋଶିୟେଶନର ନିର୍ଦେଶ ଓ ବ୍ୟବସ୍ତା ହୋଇଅଛି । ସମ୍ମାନୀତ ଅତିଥି ଶ୍ରୀ ସରୋଜ କୁମାର ସାହୁ ନିଜ ଅଭିଭାଷଣରେ କହିଥିଲେ ଯେ ଆମେ ଆଗରେ ଅଛୁ । କ୍ରୀଡା ମଇଦାନ ରେ ଆମେ ନିଜ ପ୍ରଦର୍ଶନକୁ ଶ୍ରେଷ୍ଠ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ଆଜି ଆମ ଖେଳାଳୀ ମାନେ ରାଜ୍ୟ ତଥା ଜାତୀୟ ସ୍ତରରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଆସୁଛନ୍ତି । ଆଗାମୀ ପିଢୀ ମଧ୍ଯ ଉଛ କୋଟୀର କ୍ରୀଡା ନୈପୁନ୍ୟତା ସହ ଜାତୀୟ ସ୍ତରରେ ଜିଲ୍ଲାର ନାମ କୁ ଗୌରବାନ୍ବିତ କରିବେ ସେହି ଆଶା ଆମ ମନରେ ଅଛି। ଶେଷରେ ଉପସ୍ଥିତ ସମସ୍ତ ଅତିଥ୍ ଖେଳାଳୀ ମାନଙ୍କ ସହ କରମର୍ଦନ କରି ଖେଳକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଢାଇ ସମସ୍ତଙ୍କୁ ଉପସ୍ଥିତ ସମସ୍ତ ଖେଳାଳୀ, ଅଭିଭାବକ, ଖେଳ ଆୟୋଜକ, ଦର୍ଶକ ତଥା ସମସ୍ତ ପରିଣତ ଓ ଇଲେକଟ୍ରୋନିକ ମିଡିଆର ପ୍ରତିନିଧ୍ ମାନଙ୍କୁ ତଥା ସମସ୍ତ ରେଫରୀ, ଓ କର୍ମକର୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।