
ଚୌଦ୍ୱାର (ଚୌଦ୍ୱାର ) : ବର୍ତମାନ ଅସହ୍ୟ ଗରମ ଜନ ଜୀବନକୁ ଅସ୍ତବ୍ୟସ୍ତ କରିବା ସହିତ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଚୌଦ୍ୱାର ବାସୀଙ୍କ ମନରେ ପ୍ରଶ୍ନ ସାଜିଛି କି ବିଦ୍ୟୁତ କାଟ ହେବାର ଶକ୍ତି ମନ୍ତ୍ରୀଙ୍କ ମନ୍ତବ୍ୟ ମିଥ୍ୟା ନା ଟିପିସିଓଡିଏଲ ର ମନ୍ତ୍ରୀଙ୍କ ଘୋଷଣାକୁ ବେଖାତିର କରିବା. ଓଡ଼ିଶାର ବିଦ୍ୟୁତ୍ ବଣ୍ଟନ କମ୍ପାନୀ ଟିପିସିଓଡିଏଲ ଚୌଦ୍ଵାର ସବଡିଭିଜନରେ କଣ୍ଟ୍ରାକ୍ଟ ଏବଂ ଆଉଟସୋର୍ସିଂ କର୍ମଚାରୀଙ୍କ ଛଟେଇକୁ ନେଇ ବଡ଼ ବିବାଦ ଦେଖାଦେଇଛି । ଟାଟା ପାୱାର ପରିଚାଳନା ଦାୟିତ୍ୱ ନେବା ପରେ, ସେମାନଙ୍କୁ ବିନା କାରଣରେ ହଠାତ୍ ଚାକିରିରୁ ବାହାର କରାଯାଉଥିବା ଅଭିଯୋଗ ହେଉଛି।ଚୌଦ୍ଵାର ସବଡଭିଜନର ୩ଟି ସେକ୍ସନ ଚୌଦ୍ଵାର ୩୭ଜଣ,ଟାଙ୍ଗୀ ୩୨ଜଣ ଓ ଚାରଵାଟିଆ ୨୩ ଜଣ କଣ୍ଟ୍ରାକ୍ଟ ଏବଂ ଆଉଟସୋର୍ସିଂ କାର୍ଯ୍ୟରତ ଥିଲେ । ଏହି ଛଟେଇ ପ୍ରକ୍ରିୟାରେ ଚୌଦ୍ଵାର ସେକସନ ରୁ ୭ଜଣ,ଟାଙ୍ଗୀ ରୁ ୫ ଜଣ ଓ ଚାରଵାଟିଆ ରୁ ୪ ଜଣ ଛଟେଇ ହୋଇଥିବାର ଜଣାପଡିଛି।ଏହି ମାନଙ୍କ ଭିତରୁ ବହୁ କର୍ମଚାରୀ ଦୀର୍ଘ ୧୦ରୁ ୧୫ ବର୍ଷ ଧରି ବିଦ୍ୟୁତ୍ ବିଭାଗରେ ସେବା ପ୍ରଦାନ କରିଆସୁଥିଲେ। ହଠାତ୍ ଛଟେଇ ହେବା ଫଳରେ ସେମାନଙ୍କ ପରିବାର ପ୍ରତିପୋଷଣରେ ବାଧା ସୃଷ୍ଟି ହେଉଛି। ଏହା ବ୍ୟତୀତ ଅନ୍ୟ କର୍ମଚାରୀମାନେ ମଧ୍ୟ ନିଜ ଚାକିରି ସୁରକ୍ଷିତ ନେଇ ନିଶ୍ଚିତ ହୋଇ ପାରୁନାହାନ୍ତି । ଏହି ପରିପେକ୍ଷୀରେ ସାରା ଓଡ଼ିଶାର ଠିକା କର୍ମଚାରୀ ସଂଘର ଆହ୍ୱାନ କ୍ରମେ ପ୍ରାୟ ଚୌଦ୍ଵାର ସମସ୍ତ ଠିକ କର୍ମଚାରୀମାନେ ଆସନ୍ତା କାଲିଠାରୁ ଭୁବନେଶ୍ୱର ଠାରେ ଆନ୍ଦୋଳନ ବସିବେ । ଏହା ଯୋଗୁଁ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ୍ ସେବାରେ ଅଞ୍ଚଳ ରେ ବ୍ୟାଘାତ ଘଟିବାର ଆଶଙ୍କା ରହିଛି । ଉଭୟ ସରକାର ଓ ଟିପିସିଓଡିଏଲ କର୍ତ୍ତୃପକ୍ଷ ଏହି ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲ ରେ ମତ ପ୍ରକାଶ ପାଇଛି ।