
ଭଞ୍ଜନଗର ୧୦/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଥାନା ଅଧିନ ଡୁମାକୁମ୍ପା ପଞ୍ଚାୟତ ଗୁଡିପଦର ଗ୍ରାମ ନିକଟ ଏକ କେନାଲ ପାଖରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। ଖବର ପାଇ ଭଞ୍ଜନଗର ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନା ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କଙ୍କାଳକୁ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏଫ୍ଏମ୍ଟିକୁ ପଠାଯିବା ସହ ଏନେଇ କେସ ନମ୍ବର ୧୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ତେବେ ଉଦ୍ଧାର ହୋଇଥିବା ନର କଙ୍କାଳଟିର ପ୍ରକୃତ ପରିଚୟ ସୂଚନା ଅନୁଯାୟୀ ଗୁଡିପଦର ଗ୍ରାମର ସୁନ୍ଦରୀ ନାୟକ(୭୧) ଅଟେ। ଶାଗ କିମ୍ବା ଫୁଲ ତୋଳିବାକୁ ଗ୍ରାମ ଠାରୁ କିଛି ଦୂରକୁ ଯାଇଥିଲେ। ଏହାପରେ ସେ ଘରକୁ ଆଉ ନଫେରିବାରୁ ପରିବାର ଲୋକ ବହୁତ ଖୋଜା ଖୋଜି କରିଥିଲେ। ସୁନ୍ଦରୀଙ୍କ କୌଣସି ସନ୍ଧାନ ନମିଳିବାରୁ ପରିବାର ଲୋକ ନିଖୋଜ ନେଇ ଏତଲା ଦେଇଥିଲେ। ଏହାପରେ ପୁଲିସ ୨୯ ନମ୍ବରରେ ଏକ ନିଖୋଜ ମାମଲା ମଧ୍ୟ ରୁଜୁ କରିଥିଲା ।