
ଭଞ୍ଜନଗର ୧୧/୦୬ : (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ, କଇଁଣ୍ଡି ଆଞ୍ଚଳିକ ପରିଷଦ, ଭଞ୍ଜନଗର ତରଫରୁ ସଭାପତି ଜଗବନ୍ଧୁ ଜେନାଙ୍କ ଅଧ୍ୟକ୍ଷତାରେ ଚଳିତ ମାଟ୍ରିକ ଓ ଯୁକ୍ତଦୁଇର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଜୀବନର ଉନ୍ନତି ହେଵା, ସମାଜରେ ଜଣେ ଭଲଲୋକ ଭାବେ ମାଆ, ମାଟିର ସଂମ୍ମାନ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ସହ କାଳିଞ୍ଜି ଜାତିର ଏକତା ଓ ସ୍ୱାଭିମାନକୁ ପ୍ରଶଂସା କରିଥିଲେ l କାଳିଞ୍ଜି ଜାତିର ମେଧାବୃତ୍ତି କାର୍ଯ୍ୟକ୍ରମକୁ ଉତ୍ସାହିତ କରି ଆୟୋଜକ ଓ କର୍ମକର୍ତ୍ତା ମାନଙ୍କୁ କୃତଜ୍ଞତା ଜଣାଇ ଜାତିର ବିକାଶ ପାଇ କର୍ମକର୍ତ୍ତାଙ୍କ ଅନୁରୋଧ କ୍ରମେ ସମାଜଗୃହର ଉନ୍ନତି ପାଇଁ ତିରିଶି ଲକ୍ଷ ଅନୁଦାନ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ l ଅନ୍ୟତମ ଅତିଥିଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, କେନ୍ଦ୍ରପରିଷଦ ସଭାପତି ସନ୍ତୋଷ କୁମାର ଜେନା,ସମ୍ପାଦକ ନୀଳାଞ୍ଚଳ ପୋଲାଈ,ଶ୍ୟାମସୁନ୍ଦର ରଣସିଂହ, କେନ୍ଦ୍ର ଉପଦେଷ୍ଟା କାଳିଚରଣ ନାୟକ,ଅନ୍ତର୍ଯ୍ୟାମୀ ସ୍ୱାଇଁ,ଶିବରାମ ପ୍ରଧାନ,ସୂର୍ଯ୍ୟ ନାରାୟଣ ଭୂୟାଁ,କାହ୍ନୁ ଚରଣ ଭୂୟାଁ, ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ, ରାଜ କୁମାର ବିଷୋୟୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ଜୀବନ ଗଠନ ସହ ପିତାମାତା, ଗୁରୁଜନଙ୍କୁ ଭକ୍ତି ଓ ସେବା ମନଭାବ ଉପରେ ଗୁରୁତ୍ୱ ଦେଇ ଏକ ଆଦର୍ଶ ସମାଜ ଗଠନ ଉପରେ କହିଥିଲେ l ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ ସ୍ୱାଗତ ଭାଷଣ ସହ ସଂଯୋଜନା କରିଥିଲେ l ଏଥିରେ ଅଂଚଳର 75 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମକୁ ଅଞ୍ଚଳ ଓ ମଣ୍ଡଳର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ l ମାଟ୍ରିକ ଓ ଯୁକ୍ତଦୁଈର ଛଅ ଜଣ ମେଧା ଛାତ୍ରଛାତ୍ରୀଙ୍କୁ ତନରଡାର ସୁବାସ ଚନ୍ଦ୍ର ବିଷୋୟୀ ଙ୍କୁ ପୁତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରଶ୍ମି ରଞ୍ଜନ ସ୍ମୃତି ସଂମ୍ମାନ ପ୍ରଦାନ କରାଯାଇଥିଲା l ଭାଗ୍ୟଶାଳୀ ବିଜେତା କାର୍ଯ୍ୟକ୍ରମ ମାଧ୍ୟମରେ ଚାରି ଶ୍ରେଣୀର ଭାଗ୍ୟଶାଳୀ ପୁରସ୍କାର ପ୍ରଦାନ କରାଯାଇଥିଲା lଏଥିରେ ଦୁଇଶହରୁ ଊର୍ଧ ସମାଜ ଭାଇ ଯୋଗଦେଇଥିଲେ l ଶେଷରେ ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ ଧନ୍ୟବାଦ ପ୍ରଦାନ କରିଥିଲେ l