ରେଲୱେ ଚାକିରୀ ନାମରେ ୨୧ ଲକ୍ଷ ଟଙ୍କା ଚଳୁ; ଠକ ଗିରଫ

ଆସିକା ୧୧/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆସିକା ପୋଲିସ ପକ୍ଷରୁ ରେଲୱେ ଚାକିରୀ ନାମରେ ୨୧ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ ରେ ଜଣେ ଠକକୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୌରଭ ରଞ୍ଜନ ପ୍ରଧାନ l
ବେକାର ଯୁବକକୁ ଭାରତ ସରକାର ଙ୍କ ଅଧୀନରେ ଥିବା ରେଳୱେ ରେ ଚାଲିରୀ କରାଇବା କୁ କହି ଆସିକା ଥାନା ଇଲାକାର ସାପୁଆପଲ୍ଲୀ ର ବାଳକୃଷ୍ଣ ପାଳ (୪୪)ଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଠକି ନେଇଥିଲେ ବୋଲି ଆସିକା ଥାନା ରେ ଅଭିଯୋଗ କରିଥିଲେ l ପୋଲିସ ଆସିକା ଥାନା ୧୬/୦୫/୨୬ ତାରିଖ ଦିନ କେସ ନମ୍ବର ୨୩୫/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ l ଟଙ୍କା ନେଲା ପରେ ନକଲି ଇଷ୍ଟନ ରେଲୱେ ର ଲୋଗୋ ଥିବା ନିଯୁକ୍ତି ପତ୍ର ଦେଇଥିଲେ l ଏହି ନିଯୁକ୍ତି ପତ୍ର କୁ ସନ୍ଦେହ କରି ପୋଲିସ ର ଆଶ୍ରୟ ନେଇଥିଲେ l ଆସିକା ପୋଲିସ ପକ୍ଷରୁ କୈଳାସ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରାଯାଇଥିଲା l ଏହି ଟିମ ଭଦ୍ରକ ଜିଲ୍ଲା ରେ ପହଂଚି ଧୂଷୁରୀ ଥାନା ଇଲାକାର ଓଲଟପୁର ଗ୍ରାମର ଗଦାଧର ନାଥ ଅଟକ ରଖି ପଚରା ଉଚରା କରିଥିଲା l ଏଥି ସହିତ ବ୍ୟାଙ୍କ ରେ ଟଙ୍କା ନେଣ ଦେଣ ର ସମସ୍ତ ପ୍ରମାଣ ରହିଥିଲା l ଏହାକୁ ଆଧାର କରି ଆସାମୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଥିଲେ l ଆସିକା ଥାନା ଅଧିକାରୀ ସୁଧୀର ସାହୁ ଏବଂ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ l