ଅଟୋ ଚାଳକକୁ ଖଣ୍ଡାରେ ହାଣିବା ଘଟଣା; ୯ ଅଭିଯୁକ୍ତ ଗିରଫ

ପାଟପୁର ୧୫/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଅଟୋ ଚାଳକ ଅଶୋକ ବିଷୋୟୀଙ୍କୁ ହୋଇଥିବା ଖଣ୍ଡାରେ ଆକ୍ରମଣ ମାମଲାରେ ପାଟପୁର ଥାନା ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ହିଞ୍ଜିଳି ଥାନା ବଳରାମପୁର ନୂଆସାହିର ବେଣୁପାଣି ସେଠୀ, ଆଙ୍କୋରଡ଼ା ଗ୍ରାମ କାଳୁଆ ସାହିର ଟୁନା ସେଠୀ, ପାଟପୁର ଥାନା କଙ୍କୋରଡ଼ା ଗ୍ରାମର କିରଣ ଗୌଡ଼, ଅଶ୍ଵିନୀ ପ୍ରଧାନ, ଚନ୍ଦନ ପାଢ଼ୀ, ଅନନ୍ତ ବିଷୋୟୀ, ଚନ୍ଦନ ପରିଡ଼ା, ମହେନ୍ଦ୍ର ବେହେରା, ଡମ୍ବରୁ ଜେନା । ଅଭିଯୁକ୍ତଙ୍କ ଠାରୁ ୨ ଟି ଖଣ୍ଡା, କାର୍, ୬ ଟି ମୋବାଇଲ ଫୋନ୍ ଓ ହକି ଷ୍ଟିକ୍ ଜବତ ହୋଇଥିବା ଜଣାପଡିଛି ।