
ପୁରୀ, [୨୩.୦୬.୨୦୧୬] (ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ରିପୋର୍ଟ) : ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପିପିଲି, ପୁରୀରାଜ୍ୟରେ ସ୍ୱାସ୍ଥ୍ୟ ସେବା ସହିତସମୁଦାୟ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସଶକ୍ତ, ସହଜଲଭ୍ୟ ଓ ପ୍ରଯୁକ୍ତିନିର୍ଭର କରିବା ଦିଗରେ ଓଡ଼ିଶା ସରକାର ଆଉ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ନିକଟରେ ଉନ୍ନତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଲକ୍ଷ୍ୟରେ ଆଶା ‘ନିରୀକ୍ଷଣ’ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡା. ମୁକେଶ କୁମାର ମହାଲିଙ୍ଗଙ୍କ କରକମଳରେ ସମ୍ପନ୍ନ ହୋଇଥିଲା।ଏହା ସହିତ ରାଜ୍ୟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ସହିତ ସମୁଦାୟ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ‘ନିରୀକ୍ଷଣ’ କାର୍ଯ୍ୟକ୍ରମ ମାଧ୍ୟମରେ ଗର୍ଭବତୀଙ୍କ ମା ମାନଙ୍କ ବିପଦସଂଙ୍କୁଳ ଅବସ୍ଥାକୁ ଶୀଘ୍ର ଚିହ୍ନଟକରଣ , ସମୟୋପଯୋଗୀ ଅନୁସରଣ ବ୍ୟବସ୍ଥା ସେବା ପ୍ରଦାନରେ ଡିଜିଟାଲ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। ଏହି କାର୍ଯ୍ୟକ୍ରମ ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।ଏହି ଉଦ୍ଘାଟନୀ ସମାରୋହରେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ,ଡା. ଡି ବୃନ୍ଦା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା, ଡ. ମହେଶ ମୋହନ ପଣ୍ଡା ନିର୍ଦେଶକ ସ୍ୱାସ୍ଥ୍ୟ ସେବା, ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅକ୍ଷୟ କୁମାର ଶତପଥୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜ଼ିଲ୍ଲା ହିସାବ ପରିଚାଳକ ,ଡ. କାଳିପ୍ରସାଦ ମିଶ୍ର, ଡ. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ,ଡେପୁଟି ମ୍ୟାନେଜର (ଆର୍.ସି.ଏଚ୍.), ସହକାରୀ ମ୍ୟାନେଜର (ସି.ପି.), ବିଜୟଲକ୍ଷ୍ମୀ ସାହୁ , ଶୁଭଶ୍ରୀ ସାହୁ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୋଭାବର୍ଦ୍ଧନ କରିଥିଲେ।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଆଶା କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ରେ ଆଶାକର୍ମୀ ମନୋରମ ଦାଶ, ମାଟିସାହି ମୁର୍ଦାନିପୁର ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ୱୋଧିତ କରିଥିଲେ . ‘ନିରୀକ୍ଷଣ’ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ‘ସୁସ୍ଥ ଓଡ଼ିଶା, ସଶକ୍ତ ଓଡ଼ିଶା’ ଲକ୍ଷ୍ୟ ପୂରଣ ଦିଗରେ ଏକ ଅଭିନବ ଓ ଦୂରଦର୍ଶୀ ପଦକ୍ଷେପ। ଏହା ଆଶା କର୍ମୀମାନଙ୍କୁ ଅଧିକ ସଶକ୍ତ କରିବା ସହିତ ସ୍ୱାସ୍ଥ୍ୟ ସେବାକୁ ଜନସାଧାରଣଙ୍କ ଦ୍ୱାରପ୍ରାନ୍ତରେ ପହଞ୍ଚାଇବାରେ ଏକ ନୂତନ ଅଧ୍ୟାୟର ସୂଚନା ଦେବ।