
ଚୌଦ୍ୱାର, (ଶିବବ୍ରତ ଦାସ ) : ସ୍ଥାନୀୟ କଳିଙ୍ଗ ବଜାର ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଚୌଦ୍ଵାର ର କାର୍ଯ୍ୟରତ ଓ ଅବସର ପ୍ରାପ୍ତ ପୋଲିସ ସଂଘ ଦ୍ୱାରା ଗଠିତ ସାମାଜିକ ସଂଗଠନ ଆନନ୍ଦମୟ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଶୈଳେନ୍ଦ୍ର ମୁଖିଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି ବୈଠକରେ ରେ ସଂପ୍ରତି ସ୍ଥିତି ଓ କର୍ମଚାରୀ ମାନଙ୍କର ସମସ୍ୟା ଉପରେ ଆଲୋଚନା ହୋଇଥିଲା । ପରେ ସଂଘ ପକ୍ଷରୁ ବିଗତ ଦିନରେ ଆୟୋଜିତ ଜନହିତ କାର୍ଯ୍ୟକ୍ରମ ଗୁଡିକୁ କିପରି ଆହୁରି ତ୍ୱରାନ୍ୱିତ କରାଯାଇପାରିବ ତାହା ସମ୍ପର୍କ ରେ ଆଲୋଚନା ହୋଇଥିଲା । ସଂଘର ଉପସଭାପତି ଆଦିକନ୍ଦ ଦାସ,ବାସୁଦେବ ସାମଲ,ମନୋରଞ୍ଜନ ଦାସ,ସହଦେବ ବରାଳ,ଅଜୟ ମହାପାତ୍ର,ଶରତ ଚନ୍ଦ୍ର ଦାସ,ଗଙ୍ଗାଧର ସାହୁ ପ୍ରମୁଖ ବୈଠକ ପରିଚାଳନା କରିବାରେ ସହଯୋଗ କରିଥିଲେ। ସଂଘର ବରିଷ୍ଠ ସଭ୍ୟ ବୈରାଗୀ ଚରଣ ସ୍ବାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।