
ସୋରଡ଼ା ୨୯/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ପୁଷ୍ପା ଫିଲ୍ମ୍ ଷ୍ଟାଇଲରେ ସିକ୍ରେଟ ଚାମ୍ବର ରେ ଚାଲାଣ ହେଉଥିଲା ଗଞ୍ଜେଇ । ରାଜ୍ୟ ବାହାରକୁ ଦାମୀ କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ପୋଲିସ ।ଗଞ୍ଜାମ ବଡଗଡ ଥାନା ଅଞ୍ଚଳରେ ଗଞ୍ଜେଇ ଭର୍ତ୍ତି କାର ସହ ଦୁଇ ବାଇକ୍ ଜବତ ।ଚାରି ଅଭିଯୁକ୍ତ ଗିରଫ ।କାର ତଳେ ଏକ ସିକ୍ରେଟ ଚାମ୍ବର କରି ଗଞ୍ଜେଇ ଚାଲାଣ ହେଉଥିଲା ।ସେଥିରୁ ୧୦୦ କେଜି ଗଞ୍ଜେଇ ବାହାରିଥିବା ବେଳେ ତାର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ଟଙ୍କା ହବ ।ବଡ଼ଗଡ ଥାନା ନାକ୍ତିରି ଗାଁରୁ ଭାୟା ବ୍ରହ୍ମପୁର ଦେଇ ଗୁଜୁରାଟ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି ।