
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ୱତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବାଇପାସ୍ ରୋଡ଼ ଠାରେ ଓଡ଼ିଶୀ ଇଭି ଶୋ ରୁମ୍ ଉଦଘାଟିତ ହୋଇଯାଇଛି । ମହାରଣା ଅଟୋ ମୋବାଇଲ୍ସ୍ ଗଞ୍ଜାମ ଜିଲ୍ଲା ପାଇଁ ଓଡ଼ିଶୀ ଇଭି ର ପ୍ରାଧିକୃତ ବିତରକ ଅଟେ । ଏହି ଉଦ୍ଘାଟନ, ମହାରଣା ଅଟୋ ମୋବାଇଲ୍ସ୍ ର ପ୍ରୋପ୍ରାଇଟର ଶଙ୍କର ନାରାୟଣ ମହାରଣା ଙ୍କ ପିତା ଓ ମାତାଙ୍କ କରକମଳରେ ହୋଇଥିଲା । ସମ୍ମାନିତ ଅତିଥି ଭାବେ ଓଡ଼ିଶୀ ଇଭିର ରାଜ୍ୟ ସମ୍ବନ୍ଧ ପରିଚାଳକ ନବକିଶୋର ମହାନ୍ତି ଯୋଗ ଦେଇଥିଲେ ।
ବର୍ତ୍ତମାନ ସମୟରେ ଗ୍ରାହକ ମାନେ ପେଟ୍ରୋଲିୟମ୍ ଇନ୍ଧନ ଯାନ ପରିବର୍ତ୍ତେ ତାହାର ବିକଳ୍ପ ଖୋଜୁଛନ୍ତି । ଏହିପରି ସମୟରେ ବିଦ୍ୟୁତ୍ ଶକ୍ତି ଚାଳିତ ଯାନ ଗୁଡିକର ଚାହିଦା ବୃଦ୍ଧି ପାଉଛି । ବିଦ୍ୟୁତ୍ ଶକ୍ତି ଏକ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ହୋଇଥିବାରୁ ଗ୍ରାହକ ମାନେ ସମ୍ପ୍ରତି ତୈଳଦର ବୃଦ୍ଧି ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଇଲେକ୍ଟ୍ରିକ ଗାଡ଼ି ଉପରେ ନିର୍ଭର କରୁଛନ୍ତି । ବଜାରରେ ଉପଲବ୍ଧ ଅନ୍ୟାନ୍ୟ ବ୍ରାଣ୍ଡ ର ଇଭି ସ୍କୁଟି ଅପେକ୍ଷାକୃତ ଭାବେ ଅଧିକ ମୂଲ୍ୟ ହୋଇଥିବାରୁ ଲୋକେ ଓଡ଼ିଶୀ ଇଭିକୁ ଅଧିକ ପସନ୍ଦ କରିବେ ବୋଲି ସମ୍ମାନିତ ଅତିଥି ଶ୍ରୀ ମହାନ୍ତି କହଛନ୍ତି । ଏଥି ସହ ଗ୍ରାହକଙ୍କ ଆବଶ୍ୟକତା ପୂରଣ ଦିଗରେ ମହାରଣା ଅଟୋ ମୋବାଇଲ୍ସ୍ ସର୍ବଦା ସଜାଗ ରହିବ ବୋଲି ପ୍ରତିଷ୍ଠାନର ପ୍ରୋପ୍ରାଇଟର ଶଙ୍କର ନାରାୟଣ ମହାରଣା ସୂଚନା ଦେଇଛନ୍ତି ।