
ଭଞ୍ଜନଗର ୦୯/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ବ୍ରହ୍ମାକୁମାରୀସ୍ ତରଫରୁ ଦେଶବ୍ୟାପୀ ଆୟୋଜିତ ହୋଇଥିବା ନିଶାମୁକ୍ତ ଅଭିଯାନ ରଥ ଭଞ୍ଜନଗର ଉପସେବା କେନ୍ଦ୍ରରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ କରକମଳରେ ରାଜ ଯୋଗିନୀ ସନ୍ତୋଷିନୀ ଭଉଣୀଙ୍କ ସହଯୋଗରେ ଉଦଘାଟନ ହୋଇଯାଇଛି। ଏହି ପର୍ବରେ ଡେପୁଟି କଲେକ୍ଟର ସୁଶ୍ରୀ ରଚିତା ମହାପାତ୍ର, ଭଞ୍ଜନଗର ଥାନା ଏସଆଇ ଲକ୍ଷ୍ମୀଧର ମହାନ୍ତି ଉପସ୍ଥିତ ଥିଲେ। ଏହି ରଥ ପ୍ରଥମ ଦିବସରେ ଭଞ୍ଜନଗର ସହରର ବିଭିନ୍ନ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ପରିଭ୍ରମଣ କରିଥିଲା । ସମସ୍ତ ଛାତ୍ରଛାତ୍ରୀ ତଥା ଯୁବପିଢୀଙ୍କୁ ନିଶାମୁକ୍ତ ସଚେତନତା ବାର୍ତ୍ତା ଭାଇଭଉଣୀଙ୍କ ସହଯୋଗରେ ଅବଗତ କରାଯାଇଥିଲା। ପ୍ରାୟ ୭୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ତଥା ଯୁବପିଢୀ ନିଶାମୁକ୍ତ ଦେଶ ଗଠନରେ ସହାୟକ ହେବା ନିମନ୍ତେ ପ୍ରତିଜ୍ଞା ପତ୍ର ପୂରଣ କରିଥିଲେ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ରଥ ଭଞ୍ଜନଗର ବ୍ଲକର ସମସ୍ତ ହାଇସ୍କୁଲ ଓ କଲେଜକୁ ଭ୍ରମଣ କରିବ ବୋଲି କେନ୍ଦ୍ର ସଞ୍ଚାଳିକା ଜଣାଇଛନ୍ତି। ବ୍ରହ୍ମା କୁମାର ବୈକୁଣ୍ଠ, ବ୍ରହ୍ମାକୁମାରୀ ପ୍ରାପ୍ତି, ଅନିତା, ଜ୍ୟୋତି ସ୍ୱରୂପା ସହଯୋଗ କରିଥିଲେ। ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ନିର୍ବାହୀ ଅଧିକାରୀ ମୂରଲୀ କୃଷ୍ଣ ପଣ୍ଡା, ଅଧ୍ୟକ୍ଷ ଡ଼ଃ ଦିଲ୍ଲୀପ କୁମାର ପ୍ରଧାନ,ଇ.ସତ୍ଯ ରଞ୍ଜନ ପରିଡ଼ା, ସମାଜସେବୀ ଶୂଳପାଣି ଶତପଥୀ ମଧ୍ୟ ଉପସ୍ଥିତ ଥିଲେ।