
ଭଞ୍ଜନଗର ୧୩/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧିନସ୍ଥ ବାଲିପଦର୍ ଫାଣ୍ଡି ରେ କାର୍ଯ୍ୟରତ ଜଣେ କନେଷ୍ଟବଳ ଙ୍କ ଘରେ ଯୁବକ ଙ୍କ ବିଷ ପିଇ ଆତ୍ମହତ୍ୟା ଅଭିଯୋଗ ।ମୃତକ ହେଲେ ନୟାଗଡ଼ ଜିଲ୍ଲା କୁମ୍ଭାରପଡ଼ା ଗାଁର ଶରତ କୁମାର୍ ପଣ୍ଡା ।ସୂଚନା ମୁତାବକ ଗତ କାଲି ରାତିରେ ଶରତ ନିଜ ତିନିବର୍ଷର ପୁଅ ସହିତ ବ୍ରହ୍ମପୁର ରୁ ବସ୍ ଯୋଗେ ନିଜ ଗାଁ କୁ ଯାଉଥିବା ବେଳେ କୌଣସି କାରଣରୁ ବାଲିପଦରରେ ଓହ୍ଲାଇ ପଡ଼ିଥିଲେ । ଫାଣ୍ଡି ଠାରୁ କିଛି ଦୂରରେ ରହୁଥିବା ଜଣେ କନେଷ୍ଟବଳ ଙ୍କ ଘରକୁ ଯାଇ ବିଷ ପିଇ ଆତ୍ମହତ୍ୟା କରିଥିଲେ । ବାପା ଙ୍କ ମୃତ ଦେହ ନିକଟରେ ତିନି ବର୍ଷ ର ପୁଅ କାନ୍ଦୁ ଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ ।ପୋଲିସ୍ ମୃତ ଦେହକୁ ଜବତ କରି ଭଞ୍ଜନଗର ମେଡିକାଲ୍ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।ଏବଂ ଘଟଣାର ଅଧିକ ତଦନ୍ତ କରୁଛନ୍ତି ବାଲିପଦର ଫାଣ୍ଡି ଅଧିକାରୀ କେ. ନୀଳାଦ୍ରି ରେଡ଼ି।