
ବରଗଡ଼: ୧୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ ) ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ପକ୍ଷରୁ ବରଗଡ଼ ମିଲନ ମଣ୍ଡପଠାରେ ଆଜି ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ୧୧ଟି ଜିଲ୍ଲାରୁ ଡିଜିଟାଲ ମିଡ଼ିଆ ପ୍ରତିନିଧି ଓ ସାମ୍ବାଦିକମାନେ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ। ବରଗଡ଼ଜିଲ୍ଲା ସଭାପତି ମୁନ୍ନା ସାହୁ ଓ ସେକ୍ରେଟାରୀ ଏମ ଦୁର୍ଗାପ୍ରସାଦ ,ରାଜ୍ୟ ସେକ୍ରେଟାରୀ ତରଣୀ ପଟେଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ବରଗଡ଼ ଏସ୍ପି ରବୀନ୍ଦ୍ରନାଥ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଟ୍ରେନର ଅରବିନ୍ଦ ଦାଶ ଯୋଗଦେଇ ସାମ୍ବାଦିକତାର ନୂତନ ଧାରା ଓ ଡିଜିଟାଲ ମିଡ଼ିଆର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବରଗଡ଼ SP ରବୀନ୍ଦ୍ରନାଥ ଶତପଥୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଡିଜିଟାଲ ମିଡ଼ିଆ ଖବର ପ୍ରସାରଣର ଏକ ଶକ୍ତିଶାଳୀ ମାଧ୍ୟମ। ତେଣୁ ଖବର ପ୍ରକାଶ ପୂର୍ବରୁ ତଥ୍ୟର ସତ୍ୟତା ଯାଞ୍ଚ, ନିରପେକ୍ଷତା ଓ ଦାୟିତ୍ୱବୋଧକୁ ପ୍ରାଥମିକତା ଦେବା ଜରୁରୀ। ଗଣମାଧ୍ୟମ ଓ ପୁଲିସ ମଧ୍ୟରେ ସମନ୍ୱୟ ରହିଲେ ସମାଜର ବିଭିନ୍ନ ସମସ୍ୟା ସମାଧାନରେ ସହଯୋଗ ମିଳିପାରିବ ବୋଲି ସେ ମତପ୍ରକାଶ କରିଥିଲେ।ଏହି ଅବସରରେ ମହାସଂଘର କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟ କାନ୍ତ ଖେଡୁୱାଲ ସିଂ ରାଜ୍ୟ ସଧାରଣ ସମ୍ପାଦକ କବିରାଜ ପାତ୍ର ରାଜ୍ୟ ସଭପତି ମନୋଜ ଶତପଥୀ ଉପସ୍ଥିତ ଥିଲେ। ପ୍ରଶିକ୍ଷଣ ଶିବିରରେ ଡିଜିଟାଲ ସାମ୍ବାଦିକତା, ଖବରର ସତ୍ୟତା ଯାଞ୍ଚ, ଦାୟିତ୍ୱପୂର୍ଣ୍ଣ ଖବର ପ୍ରସାରଣ ଓ ଆଧୁନିକ ଗଣମାଧ୍ୟମର ଆହ୍ୱାନ ସମ୍ପର୍କରେ ଆଲୋଚନା ହୋଇଥିଲା।