
ଭଞ୍ଜନଗର ୧୮/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଭଞ୍ଜନଗର ଅବକାରୀ ଥାନା ପୋଲିସ ମିଳିଛି ସଫଳତା ।ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରିବା ସହ ତିନି ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ରର ରାଜେଶ୍ ପରାଠେ,ନରେଶ ଖୁଲେ,ଅନ୍ୟ ଜଣେ ଆନ୍ଧ୍ର ପ୍ରଦେଶର ପୋଲିସେଟି ଭିମୁଡ଼ୁ । ଆଜି ସକାଳ ସମୟରେ ଭଞ୍ଜନଗର ଅବକାରୀ ଟିମ୍ ଶ୍ରୀରାମ ନଗର ନିକଟ ରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ମାରୁତି ସୁଜୁକି ଡିଜାଇର କାର ଦ୍ରୁତ ଗତି ରେ ଯିବା ଦେଖି ସନ୍ଦେହ ହୋଇଥିଲା ।ଅବକାରୀ ଟିମ୍ ଗାଡ଼ିକୁ ପିଛା କରିବା ଦେଖି ଗାଡ଼ି ଛାଡ଼ି ଫେରାର ଉଦ୍ୟମ ବେଳେ ପ୍ରଥମେ ଚାଳକ ଙ୍କୁ କାବୁ କରାଯାଇଥିଲା ।ଅନ୍ୟ ଦୁଇ ଅଭିଯୁକ୍ତର ମୋବାଇଲ ନମ୍ବର ଟ୍ରାକିଙ୍ଗ କରି ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି ଅବକାରୀ ପୋଲିସ୍ ।ସେମାନଙ୍କ ନିକଟରୁ ୩୦ କେଜି ଗଞ୍ଜେଇ ସହ କାରକୁ ଜବତ କରାଯାଇଛି ।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହବ ।ବୌଦ୍ଧ ଜିଲ୍ଲାରୁ ମହାରାଷ୍ଟ୍ର କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଅବକାରୀ ଡି ଏସ୍ ଇ ସ୍ୱାଧୀନ ସାହୁ ।