
ବେଲଗୁଣ୍ଠା (ଓଡ଼ିଶା ଟୁଡେ): ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଗଞ୍ଜାମ ବେଲଗୁଣ୍ଠା ଗସ୍ତରେ ଯାଇଥିବାବେଳେ ସାମନାକୁ ଆସିଛି ଅଭାବନୀୟ ଦୃଶ୍ୟ । ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ କରିଛନ୍ତି ଜଣେ ବ୍ୟକ୍ତି । ତେବେ ଟମାଟୋ ମାଡ ପରେ ବି ଅଟକି ନଯାଇ, ବେଲଗୁଣ୍ଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଜନସଭାକୁ ଉଦବୋଧନ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ।
ତାଙ୍କ ଉପରେ ଟମାଟୋ ମାଡ ହେଉ ବା ଅଣ୍ଡା, ଚପଲ, କାଳିମାଡ, ଗୁଳିମାଡ ହେଉ । କିଛି ପରବାୟ ନାହିଁ । ଏସବୁକୁ ତାଙ୍କର ଖାତିର ନାହିଁ । ସେ ଲୋକଙ୍କ ପାଖକୁ ଆସିବେ ଓ ଲୋକଙ୍କ ସେବା କରିଚାଲିବେ ବୋଲି ବେଲଗୁଣ୍ଠା ସଭାରେ କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଅନେକ ଲୋକ ଆସିବେ, ମଞ୍ଚଉପରେ ଭାଷଣ ଦେଇ ଚାଲିଯିବେ । ମାତ୍ର ସେ ସେପରି ଲୋକ ନୁହନ୍ତି । ସବୁ ପରିସ୍ଥିତିରେ ସେ ଲୋକଙ୍କ ସେବା କରିଚାଲିବେ ବୋଲି ୫-ଟି ଅଧ୍ୟକ୍ଷ କହିଥିଲେ ।