
ଭଞ୍ଜନଗର (ଓଡ଼ିଶା ଟୁଡେ): ଆଜି ଭଞ୍ଜନଗର ସହର ପାଇଁ ଐତିହାସିକ ଦିନ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ରୁ ପୌରପାଳିକା ରେ ପରିଣତ ହେଲା । ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେଲା । ଏନ ଏ ସି ରୁ ମ୍ୟୁନିସିପାଲଟି ହେବା ପରେ ସ୍ଵତଃ ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ପଦାଧିକାରୀ ପୌରପାଳିକାର ପଦସ୍ଥ ଅଧିକାରୀ ଭାବେ ବିବେଚିତ ହେବେ । ଏହି କ୍ରମରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ବର୍ତ୍ତମାନ ପୌରପରିଷଦ ଅଧ୍ୟକ୍ଷ ଭାବେ ବିବେଚିତ ହେବେ । ଆଜି ଭଞ୍ଜନଗର ବାର ଆସୋସିଏସନ୍ ହଲ୍ ରେ ନୂତନ ପୌରପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଦିବାକର ନାୟକ ଙ୍କ ସହ ବାର୍ ଆସୋସିଏସନ୍ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ ।