ପୌରପାଳିକା ପାଇଁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜ୍ଞାପନ

ଭଞ୍ଜନଗର (ଓଡ଼ିଶା ଟୁଡେ) ୧୬/୦୩/୨୪: ଭଞ୍ଜନଗର ସହରକୁ ମ୍ୟୁନିସିପାଲିଟି ଘୋଷଣା ପରେ ଶନିବାର ସହରର ନାଗରିକ କମିଟି କର୍ମକର୍ତ୍ତା ଭୁବନେଶ୍ୱରସ୍ଥିତ ନବୀନ ନିବାସରେ ପହଞ୍ଚିଥିଲେ । ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଅଭିନନ୍ଦନ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ଚନ୍ଦ୍ରମଣି ମହାପାତ୍ର, ଦିବାକର ନାୟକ, ସାମ୍ବାଦିକ ଲୋକନାଥ କର, ସାମ୍ବାଦିକ ବିଶ୍ଵମ୍ବର ଜେନା, ଆଦର୍ଶ କିରାଣୀ ବ୍ୟବସାୟୀ ସଂଘ ସଭାପତି ଏ. ଗୌରୀ ଶଙ୍କର ପାତ୍ର, ଗଞ୍ଜାମ ଜିଲ୍ଲା ଲୋକ କଳାକାର ମହାସଂଘ ଉପସଭାପତି ଜଗଦୀଶ ପାଣିଗ୍ରାହୀ, ଭଞ୍ଜନଗର ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପ ପୌରାଧ୍ୟକ୍ଷ ଶୁଭଶ୍ରୀ ଦାସ, ସମସ୍ତ କାଉନ୍‌ସିଲର୍‌ ଓ ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ସଭାପତି କ୍ୟାପଟେନ ମହେନ୍ଦ୍ର ସ୍ୱାଇଁ ପ୍ରମୁଖ ଭୁବନେଶ୍ଵର ଯାଇଥିଲେ ।

ସେମାନେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ନବୀନ ନିବାସରେ ପହଞ୍ଚି ଭଞ୍ଜନଗରକୁ ମ୍ୟୁନିସିପାଲିଟି ଘୋଷଣା କରିଥିବାରୁ ପୌର ବାସୀଙ୍କ ତରଫରୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ୫-ଟି ଅଧ୍ୟକ୍ଷ ପୌର ପ୍ରତିନିଧି ମାନଙ୍କୁ ଭଞ୍ଜନଗର ମ୍ୟୁନିସିପାଲିଟିକୁ ରାଜ୍ୟର ଅନ୍ୟ ସମସ୍ତ ପୌରପାଳିକା ଠାରୁ ଶୀର୍ଷରେ ରଖିବାକୁ କଠିନ ପରିଶ୍ରମ କରିବା ଏବଂ ସହରକୁ ସର୍ବାଙ୍ଗ ସୁନ୍ଦର କରି ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *