ସୋରଡ଼ା ବିଧାନସଭା ଆସନ: ଲୋକ ସମ୍ପର୍କ ଯୋଗାଡ଼ରେ ବିଧାୟକ ପ୍ରାର୍ଥୀ

ସୋରଡ଼ା (ରଜନୀକାନ୍ତ ମହାପାତ୍ର, ଓଡ଼ିଶା ଟୁଡେ) ୧୫/୦୪/୨୪: ଓଡିଶା ରେ ସାଧାରଣ ନିର୍ବାଚନ କୁ ନେଇ ବର୍ତ୍ତମାନ ପାଣିପାଗ ବେଶ୍ ଉଷ୍ଣ ରହିଛି। ପ୍ରତେକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା ପରେ ଏବେ ପ୍ରାର୍ଥୀ ମାନେ ଘର ଘର ବୁଲି ଲୋକ ସମ୍ପର୍କ ବଢେଇବାରେ ଲାଗିଛନ୍ତି । ବିଜୁ ଜନତା ଦଳ ର ପ୍ରାର୍ଥୀ ଭାବେ ସୋରଡା ରୁ ୩ ଥର ବିଧାୟକ ଭାବେ ଜିତିଥିବା ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଧର୍ମପତ୍ନୀ ସଙ୍ଘମିତ୍ରା ସ୍ଵାଇଁ ଙ୍କୁ ଦଳ ଭରସା କରିଥିବା ବେଳେ ବିଜେପି ତରଫରୁ ପୁଣିଥରେ ନୀଳମଣି ବିଶୋୟୀ ଙ୍କୁ ଦଳ ପ୍ରାର୍ଥୀ କରିଛି । କଂଗ୍ରେସ ସୋରଡା ବ୍ଲକ ସଭାପତି ହରିକୃଷ୍ଣ ରଥ ଙ୍କୁ ଦଳ ର ପ୍ରାର୍ଥୀ କରିଛି । ଏବେ ସମସ୍ତ ପ୍ରତିନିଧି ନିଜ ନିଜ ପ୍ରତି ସମର୍ଥନ ବଢାଇବା ପାଇଁ ଗ୍ରାମାଞ୍ଚଳ ଗସ୍ତ ରେ ରହିଛନ୍ତି । ଶାସକ ବିଜେଡ଼ି ତରଫରୁ ପ୍ରତିଦିନ ପ୍ରଚାର ଚାଲିଛି । ସଙ୍ଘମିତ୍ରା ଙ୍କ ପାଇଁ ସ୍ଵାମୀ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଏବେ ପଞ୍ଚାୟତ ଗସ୍ତ ରେ ରହି ସମର୍ଥନ ଯୋଗାଡ କରୁଛନ୍ତି । ଅନ୍ୟପଟେ ସୋରଡା ରେ ପ୍ରମୁଖ ବିରୋଧୀ ଭାବେ ନୀଳମଣି ବିଶୋୟୀ ଙ୍କ ଗତ ପାଞ୍ଚ ବର୍ଷ ମଧ୍ୟ ରେ ସୋରଡା ବ୍ଲକ ରେ ସଂଗଠନ ଭଲ ରହିଛି । ଏକଦା କଂଗ୍ରେସ ର ଗଡ ବୋଲାଉଥିବା ସୋରଡା ରେ ଏବେ ବିଜେଡ଼ି ର ପ୍ରଭାବ ରହିଛି । ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଏଠାରୁ ନିର୍ବାଚିତ ହେବା ପରେ ବିଜେଡ଼ି ପାଇଁ ଭଲ ସଂଗଠନ ରଖିଛନ୍ତି । ପ୍ରତି ବର୍ଷ ଏହି ବ୍ଲକରୁ ଭଲ ଭୋଟ ହାତେଇବାରେ ବିଜେଡ଼ି ସଫଳ ହେଉଛି । ଏପରି ସ୍ଥିତି ରେ ଗତ ନିର୍ବାଚନ ରେ କଂଗ୍ରେସ ନିଜ ସତ୍ତା ଖୋଜିବାକୁ ଯାଇ ଏଠାରୁ ସଂଗ୍ରାମ ମହାନ୍ତି ଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ଆବଶ୍ୟକ ଭୋଟ ହାତେଇପାରି ନଥିଲା । ମାତ୍ର ୭ ହାଜର ରୁ ୮ ହଜାର ଭୋଟ ମଧ୍ୟ ରେ ସୀମିତ ରହିଥିଲା କଂଗ୍ରେସ । ବର୍ତ୍ତମାନ କଂଗ୍ରେସ ହରିକୃଷ୍ଣ ରଥ ଙ୍କୁ ପ୍ରାର୍ଥୀ କରିଛି । ହରିକୃଷ୍ଣ ରଥ ସୋରଡା ବ୍ଲକ ବଡଗଡ ର ବାସିନ୍ଦା ଅଟନ୍ତି । ବ୍ଲକ ସଭାପତି ହେବା ପରଠାରୁ ଲଗାତାର ଲୋକଙ୍କ ସହ ମିଶି ବିଭିନ୍ନ ଦାବି ଉପସ୍ଥାପନ କରିବା ରେ ସଫଳ ହେବା ସହ ଲୋକ ସମ୍ପର୍କ ରେ ରହିଛନ୍ତି । ଏପରି ସ୍ଥିତି ରେ କଂଗ୍ରେସ ବର୍ତ୍ତମାନ ନିଜ ପୁରୁଣା ସତ୍ତା ଖୋଜିବା ପାଇଁ ଚେଷ୍ଟା ଜାରି ରଖିଛି । ଯଦି ନୀଳମଣି ଙ୍କ କଥା କୁହାଯାଏ ତେବେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ପ୍ରମୁଖ ପ୍ରତିଦ୍ଵନ୍ଦୀ ହେଉଛନ୍ତି ନୀଳମଣି ବିଶୋୟୀ । ଲଗାତାର ତିନିଟା ନିର୍ବାଚନ ରେ ବିଜେଡ଼ି କୁ କଡା ଟକ୍କର ଦେଉଛନ୍ତି ନୀଳମଣି ବିଶୋୟୀ । ଏହି ନିର୍ବାଚନ ମଣ୍ଡଳୀ ନୀଳମଣି ବିଶୋୟୀ ଙ୍କ ନିଜ ର ସମର୍ଥକ ଙ୍କ ସଂଖ୍ୟା ପ୍ରାୟ ୫୦,୦୦୦ରୁ ଉର୍ଦ୍ଧ୍ବ । ନୀଳମଣି ପ୍ରଥମେ ସ୍ଵାଧୀନ ପ୍ରାର୍ଥୀ ଭାବେ ୩୯ ହଜାର ଭୋଟ ନେଇଥିବା ବେଳେ ୨୦୧୯ ରେ ବିଜେପି ତରଫରୁ ପାଖାପାଖି ୬୨ ହଜାର ଭୋଟ ହାତେଇବାରେ ସଫଳ ହୋଇଥିଲେ । ତେବେ ପୂର୍ବ ଅପେକ୍ଷା ନୀଳମଣି ଙ୍କ ବର୍ତ୍ତମାନ ସଂଗଠନ ଭଲ ରହିଛି । ତେଣୁ ଚଳିତ ନିର୍ବାଚନ ରେ ନୀଳମଣି କେତେ ଦୂର ଶାସକ ବିଜେଡ଼ି କୁ ଟକ୍କର ଦେବାରେ ସଫଳ ହେଉଛନ୍ତି ତାହା ଆଗାମୀ ନିର୍ବାଚନ ରେ ଜଣାପଡିବ ।

Leave a Reply

Your email address will not be published. Required fields are marked *