ମନମୋହନ ସାମଲ ବିଜେପି ପାଇଁ କୋଣାର୍କ ଚୂଳ ମାରିଲେ; ଧର୍ମପଦ ହୋଇଗଲେ

ଭୂବନେଶ୍ବର (ଓଡିଶା ଟୁଡେ): ମନମୋହନ ସାମଲ୍ ଓଡିଶା ବିଜେପି ରାଜ୍ୟ ସଭାପତି ଭାବେ ଯାହା ଅବଦାନ ଦେଇଛନ୍ତି, ତାହା ଯୋଗୁଁ ୨୪ ବର୍ଷର ସରକାର ପରିବର୍ତ୍ତନ ହୋଇଛି ତାହା ସମସ୍ତେ ଜାଣନ୍ତି ୤ ଯେତେବେଳେ ବିଜେପି- ବିଜେଡି ମେଣ୍ଟ ଅଲୋଚନା ହେଉଥିଲା, ସମ୍ପୂର୍ଣ୍ଣ ଭାବେ ଏହାକୁ ଏଡାଇ ଡବଲ ଇଞ୍ଜିନ୍ ସରକାର ଗଢିବ ବୋଲି ଦୃଢୋକ୍ତି ଦେଉଥିଲେ ମନମୋହନ ୤ ଆଜି ୭୮ ସିଟ୍ ହାତେଇବା ପରେ ଏବଂ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପାଇ ବିଜେପି ଓଡିଶାରେ ଶାସନ କରିବାକୁ ଯାଉଛି ୤ ରାଷ୍ଟ୍ରିୟ ସ୍ବୟଂ ସେବକ ସଙ୍ଘ ପୃଷ୍ଠଭୂମିରୁ ଆସି ୧୯୮୨ ମସିହାରୁ ବିଜେପିରେ ରହି ସାଙ୍ଗଠନିକ କାର୍ଯ୍ୟକ୍ରମରେ ସକ୍ରିୟ ରହି ଶ୍ରୀ ସାମଲ୍ ୧୯୮୩ ମସିହାରେ ମଣ୍ଡଳ ସଭାପତି, ୧୯୮୪ରେ ଷ୍ଟେଟ୍ ଏକଜ୍ୟୁଟିଭ୍ ମେମ୍ବର୍, ୧୯୮୮ ରେ ବି ଜେ ୱାଇ ଏମ୍ ରାଜ୍ୟ ସଭାପତି, ୧୯୯୦ ମସିହାରେ ରାଜ୍ୟ ସମ୍ପାଦକ, ୧୯୯୨ରେ ରାଜ୍ୟ ସାଧାରଣ ସମ୍ପାଦକ, ୧୯୯୯ ମସିହାରେ ରାଜ୍ୟ ସଭାପତି ମଧ୍ୟ ହୋଇଥିଲେ ୤ ୨୦୦୦ ମସିହାରେ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା ବିଜେପି ୤ ଓଡିଶାରେ ମେଣ୍ଟ ସରାକାର ଚାଲିଥିବାବେଳେ ୨୦୦୪ -୨୦୦୮ ମସିହାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଭଳି ଦୁଇଟି ବିଭାଗର ମନ୍ତ୍ରୀ ହୋଇଥିଲେ ୤ ଏହି ନିର୍ବାଚନରେ ମଙ୍ଗ ଧରିଥିବା ମନମୋହନ ଚାନ୍ଦବାଲି ଆସନରୁ ୧୯୧୬ ଭୋଟ୍ ରେ ବିଜେଡିର ବ୍ୟୋମକେଶ ରାୟଙ୍କ ଠାରୁ ହାରିଛନ୍ତି ୤ ତେବେ ବିଜେପି ପାଇଁ ମନମୋହନ ଯେଉଁ ଭଳି ଭାବେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି, ବିଜେପି ନିଶ୍ଚିତ ଭବେ ତାଙ୍କୁ ଗୁରୁ ଦାୟିତ୍ବ ଆଗକୁ ଦେବ, ଏଥିରେ ସନ୍ଦେହ ନାହିଁ ୤

Leave a Reply

Your email address will not be published. Required fields are marked *