‘ମେକ୍ ଇନ୍ ଇଣ୍ଡିଆ,ମେକ୍ ଫର ୱାର୍ଲ୍ଡ” ପ୍ରତି ଲକହିଡ ମାର୍ଟିନର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ (ଏଜେନ୍ସି): ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ୱାର୍ଲ୍ଡ’ର ଦୃଷ୍ଟିକୋଣକୁ ଅନୁଭବ କରିଥିବାରୁ ଏବଂ ଏହା ପ୍ରତି ପ୍ରତିବଦ୍ଧତା ରକ୍ଷା କରିଥିବାରୁ ପ୍ରତିରକ୍ଷା କ୍ଷେତ୍ରର ପ୍ରମୁଖ ସଂସ୍ଥା ଲକହିଡ ମାର୍ଟିନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ଗୁରୁବାର ଦିନ ଲକହିଡ ମାର୍ଟିନର ସିଇଓ ଜିମ୍ ତାଇସଲେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି;

“@LockheedMartin ର ସିଇଓ ଜିମ୍ ତାଇସଲେଟ୍ ପ୍ରଧାନମନ୍ତ୍ରୀ….ଙ୍କୁ ଭେଟିଛନ୍ତି। ଭାରତ-ଆମେରିକା ଏରୋସ୍ପେସ୍ ଓ ପ୍ରତିରକ୍ଷା ଔଦ୍ୟୋଗିକ ସହଯୋଗ କ୍ଷେତ୍ରରେ ଲକହିଡ ପାର୍ଟିନ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ‘ମେକ୍ ଇନ୍ ଇଣ୍ଡିଆ, ମେକ୍‌ ଫର ୱାର୍ଲ୍ଡ’ର ଦୃଷ୍ଟିକୋଣକୁ ଅନୁଭବ କରୁଥିବାରୁ ଓ ଏହା ପ୍ରତି ପ୍ରତିବଦ୍ଧତା ରଖିଥିବାରୁ ଆମେ ତାହାକୁ ସ୍ୱାଗତ କରୁଛୁ”।

Leave a Reply

Your email address will not be published. Required fields are marked *