୮,୧୮୩ ସରକାରୀ ଗାଡି଼ ୧୫ ବର୍ଷ ପୁରୁଣା, ୩,୧୫୯ ଗାଡି ସ୍କ୍ରାପ୍ ହୋଇଛି

ଭୁବନେଶ୍ବର: ରାଜ୍ୟରେ ୭,୨୦୪ଟି ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ନିଲାମ ହୋଇଛି।  ୩,୧୫୯ଟି ସରକାରୀ ଗାଡି ସ୍ପ୍ରାପ୍ ହୋଇଛି। ଗୁରୁବାର  ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏନେଇ ସୂଚନା ପ୍ରଦାନ କରିଛନ୍ତି ।                          

୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ପେଟ୍ରୋଲ ଓ ଡିଜେଲ ଚାଳିତ  ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ସଂଖ୍ୟା ୮,୧୮୩ । ସେଥିମଧ୍ୟରୁ ଏମଏସଟିସି ପୋର୍ଟାଲ ମାଧ୍ଯମରେ ୭,୨୦୪ ଗାଡି ନିଲାମ ହୋଇଛି ଓ ୩,୧୫୯ଟି ସରକାରୀ ଗାଡି ସ୍କ୍ରାପ୍ କରାଯାଇଛି । 

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗୋଟିଏ କାର୍ଯ୍ୟକ୍ଷମ ସ୍କ୍ରାପ୍ ସେଣ୍ଟର ଖୋର୍ଦ୍ଧାରେ ଅଛି । ଏହାର ଏକ ସଂଗ୍ରହ କେନ୍ଦ୍ର କେନ୍ଦୁଝରରେ ରହିଛି । ଅତିରିକ୍ତ ଟିକସ ଦେଇ ବ୍ୟକ୍ତିଗତ ଗାଡ଼ିର ମାଲିକ ମାନଙ୍କର ୨,୧୩,୬୩୨ ଗାଡ଼ିର କାର୍ଯ୍ୟକ୍ଷମ ସୀମାକୁ ଆହୁରି ୫ ବର୍ଷ  ପାଇଁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *