ଆଇପିଏଲ୍ : ନଭେମ୍ବର ୧୫ ସୁଦ୍ଧା ଆସିବ ଖେଳାଳିଙ୍କ ରିଟେନ ଓ ରିଲିଜ ତାଲିକା

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ମେଗା ନିଲାମକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଆସନ୍ତା ସିଜନର ମେଗା ନିଲାମ ପୂର୍ବରୁ ଆସନ୍ତା ନଭେମ୍ବର ୧୫ ସୁଦ୍ଧା ଖେଳାଳିଙ୍କ ରିଟେନ୍ ଏବଂ ରିଲିଜ୍ ତାଲିକା ମଧ୍ୟ ପ୍ରକାଶ ପାଇବାର ସମ୍ଭାବନା ରହିଛି ।

 ଏକ ରିପୋର୍ଟ ଅନୁଯାୟୀ, ଦଳଗୁଡ଼ିକ ନଭେମ୍ବରରେ ଖେଳାଳିଙ୍କ ତାଲିକା ପ୍ରକାଶ କରିପାରନ୍ତି ଏବଂ ଏହା ପରେ ଡିସେମ୍ବରରେ ମେଗା ନିଲାମ ଆୟୋଜନ କରାଯାଇପାରେ। ମେଗା ନିଲାମର ସ୍ଥାନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଆଇପିଏଲ ୨୦୨୫ ପାଇଁ ନୀତିରେ ପରିବର୍ତ୍ତନକୁ ଫ୍ରାଞ୍ଚାଇଜିମାନେ ଅପେକ୍ଷା କରିଛନ୍ତି। ଖୁବଶୀଘ୍ର ଏହା ଘୋଷଣା ହୋଇପାରେ ।

ଆଇପିଏଲ୍ ୨୦୨୫ ପାଇଁ ମେଗା ନିଲାମ ଡିସେମ୍ବରରେ ହୋଇପାରେ। ଏହା ପୂର୍ବରୁ ସମସ୍ତ ଦଳ ନଭେମ୍ବର ୧୫ ତାରିଖ ସୁଦ୍ଧା ରିଟେନ୍ ଓ ଖେଳାଳିଙ୍କ ତାଲିକା ପ୍ରକାଶ କରିପାରିବେ ।

କ୍ରିକବଜ୍ ରୁ ମିଳିଥିବା ସୂଚନା ଅନୁଯାୟୀ, ଆଇପିଏଲ୍ ୨୦୨୫ ପାଇଁ ମେଗା ନିଲାମ ଡିସେମ୍ବରରେ ହୋଇପାରେ। ଏହା ପୂର୍ବରୁ ସମସ୍ତ ଦଳ ନଭେମ୍ବର ୧୫ ତାରିଖ ସୁଦ୍ଧା ରିଟେନ୍ ଓ ଖେଳାଳିଙ୍କ ତାଲିକା ପ୍ରକାଶ କରିପାରିବେ। ଗତ ମାସରେ ବିସିସିଆଇ ଅଧିକାରୀମାନେ ଆଇପିଏଲ୍ ଦଳର ମାଲିକମାନଙ୍କୁ ଭେଟିଥିଲେ। ଏଥିରେ ଆଇପିଏଲ୍ ନୀତି ଉପରେ ଆଲୋଚନା ହୋଇଥିଲା। ଏବେ ଚଳିତ ସେପ୍ଟେମ୍ବର ଶେଷରେ ବିସିସିଆଇର ବାର୍ଷିକ ବୈଠକ ଅନୁଷ୍ଠିତ ହେବ। ଏହାକୁ ନେଇ ନୂଆ ନିୟମ ଘୋଷଣା ହୋଇପାରେ। ଏହାପରେ ପରବର୍ତ୍ତୀ ସିଜନ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *